ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପ୍ରଥମ ଥର ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭିନ୍ନକ୍ଷମ ଭୋଟରଙ୍କ ଲାଗି ବ୍ରେଲ ବାଲାଟପେପର ବ୍ୟବସ୍ଥା କରାଯାଇଛି।

ସକାଳ ୭ଟାରୁ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଲାଗି ମତଦାନ। ୫ ଲୋକସଭା ଲାଗି ୩୫ ଜଣ ପ୍ରାର୍ଥୀ ଓ ୩୫ ବିଧାନସଭା ଲାଗି ୨୪୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର।

ପୁଲିଂ ବୁଥରେ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି। ୭୬ ଲକ୍ଷରୁ ଅଧିକ ଭୋଟର ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।

୬୦ହଜାରରୁ ଅଧିକ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ପ୍ରଥମ ପର୍ୟ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟରେ ବି ଭିନ୍ନକ୍ଷମ ଭୋଟରଙ୍କ ଲାଗି ବିଶେଷ ବ୍ୟବସ୍ଥା କରାଯାଇଛି। ଏମାନଙ୍କ ଲାଗି ପ୍ରଥମ ଥର ଓଡ଼ିଶାରେ ବ୍ରେଲ ବାଲଟ ପେପରର ବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମ ଭୋଟ ଦେବାବେଳେ ଯେମିତି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁତୁତ୍ୱ ଦେଇଛନ୍ତି ନିର୍ବାଚନ ଅଧିକାରୀ।

ପୂର୍ବରୁ ଓଡ଼ିଶାରେ ଭିନ୍ନକ୍ଷମ ଭୋଟରଙ୍କ ଲାଗି ସେମିତି କୌଣସି ବ୍ୟବସ୍ଥା କରାଯାଇନଥିଲା। ଏଥର ପ୍ରଥମଥର ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭିନ୍ନକ୍ଷମ ଭୋଟରଙ୍କ ଲାଗି ବ୍ରେଲ ବାଲାଟ ପେପରର ବ୍ୟବସ୍ଥା କରାଯାଇଛି। ଯାହା ନିଶ୍ଚିତ ଭାବେ ସେମାନଙ୍କ ଲାଗି ସହଜ ହେବ ଭୋଟ ଦେବାରେ।

Comment