ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ୭ ଜଣ ପ୍ରିଜାଇଡିଂ ଅଫିସର ଏବଂ ୭ ଜଣ ସେକ୍ଟର ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏହି ଅଫିସରମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ସୁନ୍ଦରଗଡ଼, ବଣାଇ, ଅତାବିରା, ଦଶପଲ୍ଲା, ପଦ୍ମପୁର ଏବଂ ବରଗଡ଼ ନିର୍ବାଚନମଣ୍ଡଳୀର କିଛି ବୁଥରେ ଇଭିଏମ ଏବଂ ଭିଭିପାଟ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ଭୋଟିଂ ବନ୍ଦ ହୋଇଥିଲା। ଗୋଟିଏ ଚିହ୍ନରେ ଭୋଟ ଦେଲେ ଆଉ ଗୋଟିଏ ଚିହ୍ନକୁ ଯାଉଥିବା ଭୋଟର ଅଭିଯୋଗ କରିଥିଲେ। ଏହାକୁ ମନୁଷ୍ୟକୃତ ତ୍ରୁଟି ବୋଲି କହିଥିଲେ ନିର୍ବାଚନ ଅଧିକାରୀ।

ଏହି ନିର୍ବାଚନମଣ୍ଡଳୀର ୭ଟି ବୁଥ ଏବଂ ସୋରଡ଼ା ବିଧାନସଭା ଆସନର ୧୮୨ ନମ୍ବର ବୁଥରେ ସାନି ମତଦାନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ।

ଦ୍ୱିତୀୟ ପର୍ଯ୍ୟାୟରେ ୭୨.୫୬ ପ୍ରତିଶତ ଭତଦାନ ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରେ ୭୩.୭୫ ପ୍ରତିଶତ ମହିଳା ଭୋଟର ଥିବା ବେଳେ ୭୧.୪୪ ପ୍ରତିଶତ ଥିଲେ ପୁରୁଷ ଭୋଟର।

Comment