ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମତଦାନ ବିଭ୍ରାଟ ଏବଂ ଭୋଟିଂ ଦିନ ଅନୁପସ୍ଥିତ ଥିବା ନେଇ ନୟାଗଡ଼ ଜିଲ୍ଲାର ୮ ଜଣ ପୋଲିଂ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ନୟାଗଡ଼ ଜିଲ୍ଲାପାଳ ଏସ୍‌. ଥିରୁମାଲା ନାୟକ ଏହି ୮ ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଥିବା ସୂଚନା ମିଳିଛି।

ସସ୍‌ପେଣ୍ଡ ହୋଇଥିବା ଅଧିକାରୀଙ୍କ ମଧ୍ୟରୁ ୨ ଜଣ ଫ୍ରିଜାଇଡିଂ ଅଫିସର, ୨ ସେକ୍ଟର ଅଧିକାରୀ ଏବଂ ୪ ପୋଲିଂ ଅଧିକାରୀ ଅଛନ୍ତି।

ଇଭିଏମ୍‌ ମେସିନ୍‌ ଅଦଳବଦଳରେ ତ୍ରୁଟି ପାଇଁ ୪ ଜଣଙ୍କୁ ନିଳମ୍ବିତ କରାଯାଇଛି। ସେହିପରି ଅନୁପସ୍ଥିତି ରହି କାର୍ଟ୍ୟରେ ଯୋଗଦେଇନଥିବାରୁ ଆଉ ୪ଜଣଙ୍କୁ ନିଲମ୍ବନ କରାଯାଇଛି।

ଗତକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିଲା। ତେବେ ନୟାଗଡ଼ରେ ୨୧୨ ଓ ୨୨୨ ନମ୍ବର ବୁଥ୍‌ରେ ଭୋଟିଂ ହୋଇପାରିନଥିଲା। ଏହାକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାପାଳ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।

Comment