ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଜୋର ଧରିଛି ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ବନିୟାଦପୁରରେ ପ୍ରଚାର କରିଛନ୍ତି। ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦି।

ପଶ୍ଚିମବଙ୍ଗର ପ୍ରଚାର ସମୟରେ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଏଥର ପଶ୍ଚିମବଙ୍ଗର ଲୋକେ ସ୍ପିଡ ବେକର ଦିଦିଙ୍କୁ ବୁଝାଇବାକୁ ସ୍ଥିର କରିଛନ୍ତି। ଲୋକଙ୍କ ମଧ୍ୟରେ ଗୁଣ୍ଡାଗର୍ଦ୍ଦି କରିବା, ଲୋକଙ୍କ ଟଙ୍କା ଲୁଟିବା,ବିକାଶ ଅଟକାଇବାର ପରିଣାମ କଣ ହେବ।”

“କ’ଣ ଆପଣ ମାନେ ଚାହୁଁନାହାନ୍ତି ଧମକ, ଲୁଟ୍ ଓ ଭ୍ରଷ୍ଟାଚାରର ରାଜନୀତି ଶେଷ ହେଉ। ପୁଣିଥରେ ପ୍ରତି ଗାଁ, ସହରର ଲୋକ ବାହାରକୁ ଆସନ୍ତୁ ଓ ଟିଏମସିର ଆତଙ୍କ ଶାସନକୁ ଶେଷ କରନ୍ତୁ।” ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Comment