ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶାରେ ଗତ କିଛିବର୍ଷ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। ମହିଳାମାନଙ୍କ ବିରୋଧରେ ଅପରାଧ ଘଟଣା ବଢ଼ିଛି। ଏପରିକି ସରକାରୀ ଦଳର ଲୋକଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ରାଜ୍ୟରେ ଗୁଣ୍ଡାଗିରି ବୃଦ୍ଧି ପାଇଛି। ନିକଟରେ ଏକ ନର୍ବାଚନୀ ସଭାରେ ଏହି ଅଭିଯୋଗ ଆଣିଛନ୍ତି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ଦଳ ବିଧାନସଭାରେ ଗୁଣ୍ଡାଆଇନ ଆଣିବ। ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଲାଗି ସବୁ ଦଳ ଶେଷ ଦିନରେ ପ୍ରଚାରକୁ ଜୋର କରିଛନ୍ତି।

ବିଜେପି ମିଶନ ୧୨୦ପ୍ଲସକୁ ସଫଳ କରିବା ଲାଗି ଋଣନୀତି ପ୍ରସ୍ତୁତ କରିଛି। ପ୍ରଚାରପାଇଁ ଜାତୀୟ ଦଳର ବହୁ ହେଭିୱେଟ ଓଡ଼ିଶା ଆସୁଛନ୍ତି। ବିଜେପିର ତାର ମିଶନକୁ ସଫଳ କରିବାରେ କେତେ ସଫଳ ହେଉଛି ତାହା ଜଣାପଡ଼ିବ ମେ ୨୩ରେ।

Comment