ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ମତଦାନର ଶେଷ ଦିନରେ ମାରାଥନ ପ୍ରଚାର କରୁଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନୟକ। ସମ୍ବଲପୁରରେ ଆୟୋଜିତ ସଭାରେ ନବୀନ ଯୋଗ ଦେଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି।

ନବୀନ କହିଛନ୍ତି, “ଏଥର ନିର୍ବାଚନରେ ଜାତୀୟ ଦଳ ସଂଖ୍ୟାଗରିଷ୍ଠତା ପାଇବେ ନାହିଁ। ସରକାର ଗଠନରେ ଆଞ୍ଚଳିକ ଦଳ ଏଥର କିଙ୍ଗ ମେକର ହେବେ।”

ଏହାସହିତ ନବୀନ କେନ୍ଦ୍ର ଉପରେ ପୁଣି ବର୍ଷିଛନ୍ତି, “ପ୍ରାକୃତିକ ବିପର୍ଯ୍ୟୟ ବେଳେ କେହି ଆସନ୍ତି ନାହିଁ ଓଡ଼ିଶାକୁ। ଏବେ ନିର୍ବାଚନ ଆସିବାରୁ ସମସ୍ତେ ଆସୁଛନ୍ତି। ମହାନଦୀ ପାଣି ବନ୍ଦ କଲେ ଏବେ କୁଆଡେ ଆସିଛନ୍ତି। ଏସସି ,ଏସଟି ପିଲାଙ୍କ ଛାତ୍ରବୃତ୍ତିକୁ ବନ୍ଦ କାହିଁକି କରାଗଲା।”

“ସାଢ଼େ ଚାରି କୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର। ବିଜୁ ଜନତା ଦଳ ସରକାର ଗଢ଼ିବାର ପ୍ରଥମ ଦିନରେ କାଳିଆ ଟଙ୍କା ଲୋକଙ୍କୁ ମିଳିବ” ବିଜେଡି ସଭାପତି କହିଛନ୍ତି

Comment