ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋnaveen

ତୃତୀୟ ପର୍ଯ୍ୟାୟ ପ୍ରଚାର ପରେ ଏବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫୋକସରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ଆଜି ଉପକୂଳରେ ମାରାଥନ ପ୍ରଚାର କରିବେ ନବୀନ।

ଜଗତସିଂହପୁର ଓ ଯାଜପୁରରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ ବିଜେଡି ସୁପ୍ରିମୋ।

ନିଆଳି,ଜଗତସିଂହପୁର, ଏରସମା-ବାଲିକୁଦ, ପାରିଦୀପ, ତିର୍ତ୍ତୋଲ ବିଧାନସଭା କ୍ଷେତ୍ରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଉଦବୋଧନ ଦେବେ ନବୀନ।

ସେହିପରି ଜଗତସିଂହପୁର ପରେ ଯାଜପୁରରେ ନବୀନ କରିବେ ପ୍ରଚାର। ଏହା ସହିତ ବରିରୁ ବିଶାଳ ରୋଡ ସୋ ଆରମ୍ଭ ହେବ। ଏହା ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ର ଅଭିମୁଖେ ଯିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଉଭୟ ଜିଲ୍ଲାର ନେତା, କର୍ମୀ, ପ୍ରାର୍ଥୀ ଓ ଶୁଭେଛୁ ଉତ୍ସାହିତ ଅଛନ୍ତି।

Comment