ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସାରାଦେଶରେ ୧୧୬ ଲୋକସଭା ଆସନ ଲାଗି ମତଦାନ ହେଉଛି। ରାଜ୍ୟରେ ୬ଲୋକସଭା ଓ ୪୨ ବିଧାନସଭା ଆସନ ଲାଗି ମତଦାନ ହେଉଛି। ବିଜେଡି ସଭାପତି ନିଜର ମତଦାନ ସାବ୍ୟସ୍ତ କରିବା ପରେ ଶେଷ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର କରିଛନ୍ତି।

ଯାଜପୁର ଓ ଭଦ୍ରକରେ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି ନବୀନ। ଭଦ୍ରକ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ସିଧାସଳଖ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ।

ନବୀନ ବିଜେପିକୁ ଟାର୍ଗେଟ କରି କହିଛନ୍ତି, “୪ଟି ରାଜ୍ୟରେ ବିଜେପିର ଡବଲ ଇଞ୍ଜନ ଥାଇ ହାରିଲା କାହିଁକି। ମଧ୍ୟପ୍ରଦେଶ, ଛତିଶଗଡ଼,ରାଜସ୍ଥାନ,ପଞ୍ଜାବରେ ବିଜେପି ହାରିଲା କାହିଁକି? ସାରାଦେଶରେ ଏଥରେ ବିଜେପି ହାରୁଛି। କଥାରେ ଦେଶ ନିର୍ମାଣ ହୋଇନଥାଏ। ଗୁଜୁରାଟରେ ମଡେଲ ପ୍ରଚାର ହେଲା ମାତ୍ର ଫଳ ଶୂନ।’’

“ଚାଷୀଙ୍କ ପାଇଁ କିଛି କରୁନଥିବାରୁ ବିଜେପି ହାରୁଛି। ୫ବର୍ଷରେ ଲୋକଙ୍କ ବିଶ୍ୱାସ ହରାଇଛି ବିଜେପି। ଜିଏସଟି କଲେ, ଯୁବକ ରୋଜଗାର ହରାଇଲେ। ବିମୁଦ୍ରାକରଣ ଯୋଗୁ ଗରିବ ଆହୁରି ଗରିବ ହେଲେ।” ଏହା କହିଛନ୍ତି ନବୀନ ପଟ୍ଟନାୟକ

“ବିଜେପି ଜାଣିଶୁଣି କାଳିଆକୁ ବନ୍ଦ କରିଛନ୍ତି। ମୁଁ ଥିବା ଯାଏଁ ରାଜ୍ୟରେ କାଳିଆ ଯୋଜନା ବନ୍ଦ ହେବ ନାହିଁ। ସରକାର ଗଢ଼ିବାର ପ୍ରଥମ ଦିନରେ କାଳିଆ ଯୋଜନାରେ ଚାଷୀଙ୍କୁ ଟଙ୍କା ମିଳିବ। ଦୁର୍ବିପାକ ବେଳେ ଆସିଲେନି ଏବେ ଆସି କୁମ୍ଭୀର କାନ୍ଦଣା ଦେଉଛନ୍ତି।” ନବୀନ ବିଜେପିକୁ ଟାର୍ଗେଟ କରି ଏହା କହିଛନ୍ତି।

Comment