ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପୁରୀ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ ନିଜ ମତ ସାବ୍ୟସ୍ତ କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି।

ନେତାମାନେ ନିଜ ନିଜ ମତ ସାବ୍ୟସ୍ତ କରୁଛନ୍ତି। ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ ଓ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ନିଜ ମତ ସାବ୍ୟସ୍ତ କରିଛନ୍ତି।

ବୁଥ ନମ୍ବର ୫୦, ୟୁନିଟ୍ ୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ସତ୍ୟ ପ୍ରକାଶ ନାୟକ ନିଜ ଭୋଟ୍ ଦେଇଛନ୍ତି।

ଭୋଟ ଦେଇ ସାରିବା ପରେ ସେ କହିଛନ୍ତି, ‘‘କଥା କେବଳ ଭୋଟର ନୁହେଁ, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସମ୍ବିଧାନ ସୁରକ୍ଷିତ ରହିବ। ଗଣତନ୍ତ୍ର ଶସକ୍ତ ହେବ ଓ ଦେଶରେ ଆଇନର ଶାସନ ଚାଲିବ।’’

ସେହିପରି ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ପୁରୀରେ ଯାଇ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି।

ଏଥର ନିର୍ବାଚନରେ ପୁରୀ ଲୋକସଭା ଲାଗି ୨ଜଣ ମୁଖପାତ୍ର ଓ ବିଜେଡିରୁ ପୂର୍ବରୁ ସାଂସଦ ଥିବା ପିନାକୀ ମିଶ୍ରଙ୍କ ମଧ୍ୟରେ ଲଢ଼େଇ ହେବ। ପୁରୀରେ ପ୍ରଥମ ଥର ଲାଗି ନିର୍ବାଚନୀ ମୈଦନାକୁ ଓହ୍ଲାଇଛନ୍ତି ସମ୍ବିତ ପାତ୍ର ଓ ସତ୍ୟପ୍ରକାଶ ନାୟକ।

ତେବେ କାହା ସପକ୍ଷରେ ଜନମତ ଯିବ ତାହା ମେ’ ୨୩କୁ ଜଣା ପଡ଼ିବ।

Comment