ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଭଦ୍ରକ ସଂସଦୀୟ କ୍ଷେତ୍ର ଲାଗି ମତଦାନ ହେଉଛି। ୭ଟି ବିଧାନସଭା ଆସନ (ବାସୁଦେବପୁର, ଭଣ୍ଡାରିପୋଖରୀ,ଧାମନଗର,ଭଦ୍ରକ, ସିମୁଳିଆ,ସୋର, ଚାନ୍ଦବାଲି)କୁ ନେଇ ଗଠିତ ଭଦ୍ରକ ଲୋକସଭା ଆସନ।

ଏଠାରେ ମୋଟ ୧୬ଲକ୍ଷ ୫୮ହଜାର ୮୩୧ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଜିଲ୍ଲାରେ ମୋଟ ୧୮୦୪ଟି ବୁଥ କରାଯାଇଛି।

ଲୋକସଭା ଆସନ ଲାଗି ମଇଦାନରେ ମୋଟ ୮ଜଣ ପ୍ରାର୍ଥୀ ଥିବାବେଳେ ଟକ୍କର ହେଉଛି ବିଜେପି,କଂଗ୍ରେସ ଓ ବଜେଡି ମଧ୍ୟରେ। ବିଜେଡିରୁ ଏଥର ପ୍ରାର୍ଥୀ ହୋଇଛନ୍ତି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳ। ସେହିପରି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ପୂର୍ବତନ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ। ଅନ୍ୟପଟେ ଅନନ୍ତ ସେଠୀଙ୍କ ଝିଅ ମଧୁମତା ସେଠୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ମଇଦାନରେ ୩ଦଳର ୩ଜଣ ନୂଆ ମୁହଁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଭୋଟର କାହାକୁ ବାଛୁଛନ୍ତି ତାହା ସ୍ପଷ୍ଟ ହେବ ମେ ୨୩ରେ।

Comment