ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି। ବାତ୍ୟାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି। ଫନି ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ପ୍ରେସମିଟ କରିଛନ୍ତି।

ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ସହ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

‘‘ମଙ୍ଗଳବାରଠାରୁ ସବୁ ପ୍ରସୂତିଙ୍କୁ ମେଡିକାଲରେ ଭର୍ତ୍ତି କରାଯିବ। ଅଙ୍ଗନବାଡ଼ି କର୍ମୀ, ଆଶକର୍ମୀଙ୍କ ସହାୟତାରେ ସମସ୍ତ ପ୍ରସୂତିଙ୍କୁ ଚିହ୍ନଟ କରାଯିବ। ସମୁଦ୍ରକୂଳିଆ ଲୋକଙ୍କୁ ଆବଶ୍ୟକ ସଚେତନ କରାଯିବ। କୌଣସି ମୂହୁର୍ତ୍ତରେ ସେମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରଖାଯିବ। ଅତି ଆବଶ୍ୟକୀୟ ଔଷଧ, ଖାଦ୍ୟ ପାନୀୟର ବନ୍ଦୋବସ୍ତ ହେଉଛି। ନିରାପଦ ପକ୍କା ଘର, ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଯ କରାଯାଉଛି’’, କହିଛନ୍ତି ଜିଲ୍ଲାପାଳ।

ବାତ୍ୟା ‘ଫନି’ ଘଣ୍ଟାକୁ ୭ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡ଼ି ଆସୁଛି। ‘ଫନି’ ବର୍ତ୍ତମାନ ଚେନ୍ନାଇଠାରୁ ୮୪୦ କିଲୋମିଟର ଦୂରରେ ରହିଥିବା ବେଳେ ଆସନ୍ତାକାଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ। ତେବେ ଓଡ଼ିଶା ଉପକୂଳରେ ସ୍ଥଳଭାଗକୁ ଛୁଇଁ ପରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଆଶଙ୍କା କରାଯାଉଛି।

Comment