ଓଡ଼ିଶାଲାଇଭ୍ ବ୍ୟୁରୋ

ଭୟଙ୍କର ରୂପ ନେଇ ଓଡ଼ିଶାର ଉପକୂଳ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ଉତ୍ତର ପଶ୍ଚିମ ଦିଗ ଦେଇ ଓଡ଼ିଶା ଆଡ଼କୁ ମୁହାଁଇଛି ଫନି। ପୁରୀଠାରୁ ୬୬୦ ଦୂରରେ ରହିଛି ବାତ୍ୟା। ମେ’ ୩ରେ ‘ଫନି’ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ କିଲୋମିଟର ବେଗରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ ଓଡ଼ିଶାଲାଇଭକୁ କହିଛନ୍ତି।

୧୧ ଜିଲ୍ଲାରେ ପ୍ରବଳ ବର୍ଷିବ

ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ’ ୩ରୁ ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଦୁଇଟି ସ୍ଥାନରେ ୩୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।

ସମୁଦ୍ର ଉପକୂଳବର୍ତ୍ତୀ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ କନ୍ଧମାଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଏଚ୍ଆର୍ ବିଶ୍ୱାସ କହିଛନ୍ତି।

ଫନି ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ କିଲୋମିଟର ବହିବ। ସମୁଦ୍ର ଉପକୂଳଠୁ ଦୂରରେ ଥିବା ଜିଲ୍ଲାମାନଙ୍କରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟରେ ବେଗରେ ପବନ ବହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ।

ମତ୍ସ୍ୟଜୀବୀମାନଙ୍କୁ ବୁଧବାର ସନ୍ଧ୍ୟାରୁ ରାତି ଭିତରେ ସମୁଦ୍ର ଭିତରୁ ଫେରି ଆସିବାକୁ କୁହାଯାଇଛି। ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ଏଚ୍ଆର ବିଶ୍ୱାସ କହିଛନ୍ତି ଯେ ମେ’୩ରେ ଭୁବନେଶ୍ୱରରେ ବି ୨୦ ସେଣ୍ଟିମିଟର ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

Comment