ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲଓ୍ୱାମା ଆତଙ୍କବାଦୀ ଘଟଣାର ଖଳନାୟକ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହରକୁ ସଂଯୁକ୍ତ ରାଷ୍ଟ୍ର ଗ୍ଲୋବାଲ ଟେରରିଷ୍ଟ(ଅନ୍ତର୍ଜାତୀୟ ଆତଙ୍କବାଦୀ) ଘୋଷଣା କରିଛି। ପୁଲଓ୍ୱାମା ଘଟଣା ପରେ ଭାରତ ଏଥିପାଇଁ ଚେଷ୍ଟା ଚଲାଇ ଆସିଥିଲା। ଆଜି ସଂଯୁକ୍ତ ରାଷ୍ଟ୍ର ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମାସୁଦ ଅଜହରକୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷଣା କରାଯାଇଛି।

ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ ଅଜହରକୁ ବଶ୍ୱ ଆତଙ୍କୀ ଘୋଷଣା କରିବାକୁ ପ୍ରସ୍ତାବ ଆଣିଥିଲା। ପରେ ଆମେରିକା, ଫ୍ରାନ୍ସ, ଏବଂ ବ୍ରିଟେନ ମାସୁଦ୍‌କୁ ଅତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଆଗକୁ ବଢ଼ାଇଥିଲେ। ହେଲେ ଏଥିରେ ଚୀନ ବାଧକ ସାଜିଥିଲା। ଶେଷରେ ଚୀନ ମଧ୍ୟ ଭାରତର ଏହି ପ୍ରସ୍ତାବରେ ରାଜି ହୋଇଛି।

ବର୍ତ୍ତମାନ ଚୀନ ଏହି ପ୍ରସ୍ତାବରେ ରାଜି ହେବା ପରେ ବୁଧବାର ମାସୁଦ ଅଜହରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here