ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ଭାରତର ମୋଷ୍ଟ ୱାଣ୍ଟେଡ୍ ଦାଉଦ୍‌ ଇବ୍ରାହିମ, ମସୁଦ ଅଜହର, ଜାକିର ଉର ରେହମାନ ଲକ୍‌ଭି ଏବଂ ହାଫିଜ ସୟିଦକୁ ଆତଙ୍କବାଦୀ ଘୋଷଣା କରାଯାଇଛି। ନୂଆ ଆତଙ୍କବାଦୀ ନିରୋଧ କାନୁନ ଅନୁସାରେ ଏମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି।

ଗତ ଜୁଲାଇ ମାସରେ ସରକାରଙ୍କ ବେଆଇନ୍‌ କାର୍ଯ୍ୟକଳାପ ନିରୋଧ ଆଇନ୍‌(ୟୁଏପିଏ) ବିଲ୍‌ ସୁପ୍ରିକୋର୍ଟର ଉଭୟ ସଦନରେ ପାରିତ ହୋଇ ଆଇନ୍‌ର ରୂପ ନେଇଥିଲା। ଏହି ଆଇନ ଅନୁଯାୟୀ, ଦାଉଦ୍‌ ଇବ୍ରାହିମ, ମସୁଦ ଅଜହର, ଜାକିର ଉର ରେହମାନ ଲକ୍‌ଭି ଏବଂ ହାଫିଜ ସୟିଦକୁ ଆତଙ୍କବାଦୀ ଘୋଷଣା କରାଯାଇଛି।

ଜୈସ-ଇ-ମହମ୍ମଦ ଆତଙ୍କି ସଂଗଠନର ମୁଖ୍ୟ ମସୁଦ ଅଜହର ଏବଂ ଲସ୍କର-ଇ-ତୋଏବାର ସଂସ୍ଥାପକ ହେଉଛି ହାଫିଜ ସୟିଦ।

Comment