ଓଡ଼ିଶାଲାଇଭ ବ୍ୟୁରୋ

କୁଖ୍ୟାତ ଆତଙ୍କବାଦୀ ହାପିଜ ସୟିଦ ଗିରଫ ହୋଇଛି। ଲାହୋରରୁ ଗୁଞ୍ଜରଓ୍ୱାଲା ଯାଉଥିଲା ବେଳେ  ପାକିସ୍ତାନ ପଞ୍ଜାବ ପ୍ରଦେଶର କାଉଣ୍ଟର ଟ୍ୟୁରିଜିମ ଡିପାର୍ଟମେଣ୍ଟ ହାପିଜିକୁ ଗିରଫ କରିବାରେ ସଫଳ ହୋଇଛି। ଗରିଫ ହେବା ପରେ ହାପିଜକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।। ଗିରଫ ହେବା ସମୟରେ ହାପିଜ ଏହା ବିରୋଧରେ ଉପର କୋର୍ଟକୁ ଯିବ ବୋଲି କହିଛି।

କିଛି ଦିନ ପୂର୍ବରୁ ହାଫିଜକୁ ଜାତିସଂଘ ତରଫରୁ ଆନ୍ତର୍ଜାତିକ ଆତଙ୍କୀ ଭାବେ ଘୋଷଣା କରାଯାଇଥିଲା । ଫେବୃୟାରୀ ୧୪ରେ ପୁଲୱାମାଠାରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଜାତିସଂଘ ପକ୍ଷରୁ କାଉଣ୍ଟର ଟେରୋରିଜିମ୍ ସ୍କ୍ୱାର୍ଡ  ହାଫିଜ ଉପରେ କଡ଼ା ନଜର ରଖିଥିଲା

ହାପିଜ  ଲକ୍ସର-ଇ-ତୋଇବା ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ଏବଂ ଜମା-ଆଟ୍-ଉଡଦା ଆତଙ୍କୀ ମୁଖ୍ୟ। ସେ ୨୬-୧୧ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ଥିଲା।

୨୬-୧୧ ମୁମ୍ବାଇ ଆକ୍ରମଣ

୨୦୦୮ ନଭେମ୍ବର ୨୬ରେ ଲସ୍କର-ଇ-ତେଏବାର ୧୦ ଜଣ ଆତଙ୍କବାଦୀ ସମୁଦ୍ର ପଥଦେଇ କରାଚୀରୁ ମୁମ୍ବଇ ଆସିଥିଲେ ଏବଂ ସେମାନଙ୍କ ଆକ୍ରମଣରେ ୧୬୬ ଜଣଙ୍କର ମୃତ୍ୟୁ ହେବା ସହିତ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣାରେ ପୁଲିସ୍‍ ଗୁଳିରେ ୯ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଏକମାତ୍ର ଧରାପଡ଼ିଥିବା ଆତଙ୍କବାଦୀ ଅଜମଲ୍‍ କସବକୁ ଉଚ୍ଚନ୍ୟାୟାଳୟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ପରେ ତାକୁ ଫାଶୀ ଦିଆଯାଇଥିଲା।

Comment