ଓଡ଼ିଶାଲାଇଭ ବ୍ୟୁରୋ

୨୬-୧୧ ମୁମ୍ବାଇ ଆକ୍ରମଣ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାପିଜ ସୟିଦକୁ ବୁଧବାର ଗିରଫ କରାଯାଇଛି। ‘ଲସ୍କର ଇ ତୋଇବା’ ଆତଙ୍କବାଦୀ ସଙ୍ଗଠନର ପ୍ରତିଷ୍ଠାତା ତଥା ଜମା-ଆଟ୍-ଉଡଦାର ମୁଖ୍ୟ ହେଉଛି ହାପିଜ ସୟିଦ। ଗିରଫ ହେବା ପରେ ହାପିଜକୁ ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି।

ମୁମ୍ବାଇ ଆକ୍ରମଣ ପାଇଁ ହାପିଜକୁ ଗିରଫ କରାଯାଇନି ବରଂ ଟେରର ଫଣ୍ଡି ଏବଂ ମନି ଲଣ୍ଡ୍ରିଂ ସହ ଜଡ଼ିତ କେତେକ ମାମଲାରେ ତାକୁ ଗିରଫ କରାଯାଇଛି।

ଆଣ୍ଟି ଟେରୋରିଜିମ ଆକ୍ଟ ୧୯୯୯ ଅଧାରରେ ପାକିସ୍ତାନ ପଞ୍ଜାବ ପ୍ରଦେଶର କାଉଣ୍ଟର ଟ୍ୟୁରିଜିମ ଡିପାର୍ଟମେଣ୍ଟ ହାପିଜକୁ ଗିରଫ କରିଛି।

ହାପିଜ ଆତଙ୍କବାଦ ଲାଗି ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ତା’ ନାଁରେ ପାକିସ୍ତାନ ଆଣ୍ଟି ଟେରୋରିଜିମ ଡିପାର୍ଟମେଣ୍ଟ ମାମଲା ରୁଜୁ କରିବା ସହ ୫ଟି ଟ୍ରଷ୍ଟ ମାଧ୍ୟମରେ ହାପିଜ ଟଙ୍କା ସଂଗ୍ରହ କରି ଆତଙ୍କବାଦୀ ସଙ୍ଗଠନକୁ ଦେଉଥିବା ଦାବି କରିଥିଲା।

ବୁଧବାର ହାପିଜ ଲାହୋରରୁ ଗୁଞ୍ଜରଓ୍ୱାଲା ଯାଉଥିଲା ବେଳେ ଗିରଫ ହୋଇଛି।

LEAVE A REPLY

Please enter your comment!
Please enter your name here