ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲୱାମା ଘଟଣା ପରେ ବିଶ୍ୱସ୍ତରରେ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହି ଘଟଣା ପାଇଁ ଦାୟୀ ଜୈଶ ଏ ମହମ୍ମଦ ଆତଙ୍କବାଦ ସଙ୍ଗଠନର ମୁଖ୍ୟ ମାସୁଦ ଅଜହର ଉପରେ ପଦକ୍ଷେପ ନିଆଯାଉଛି।

ଏହି ମଧ୍ୟରେ ଫ୍ରାନ୍ସ ସରକାର ମାସୁଦ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଫ୍ରାନ୍ସରେ ଥିବା ମାସୁଦର ସମସ୍ତ ସମ୍ପତ୍ତିକୁ ଜବତ କରିବା ପାଇଁ ଫ୍ରାନ୍ସ ସରକାର ନିଷ୍ପତ୍ତି ନେଇଛନ୍ତି।

ବୁଧବାର ମାସୁଦକୁ ବିଶ୍ୱ ଆତଙ୍କୀ ଘୋଷଣା କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏଥିରେ ଚୀନ ବାଧକ ସାଜିଥିଲା। ମାତ୍ର ଗୋଟିଏ ଦିନ ପରେ ଫ୍ରାନ୍ସ ଏଭଳି ନିଷ୍ପତ୍ତି ନେଇଥିବାରୁ ଏହା ମାସୁଦ ଉପରେ ଭାରି ପଡ଼ିପାରେ।

ଜାତିସଂଘ ସରୁକ୍ଷା କମିଟି ପରିଷଦର ୧୨୬୭ ଧାରାରେ ଅଲକାଇଦା ପ୍ରତିବନ୍ଧ ସମିତି ଅନୁସାରେ ଅଜହର ନାଁକୁ ସାମିଲ କରିବା ପାଇଁ ଫ୍ରନ୍ସ , ବ୍ରିଟେନ, ଆମେରିକା ଦ୍ୱାରା ୨୭ ଫେବ୍ରୁଆରୀରେ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା। ଏହି ମାମଲାରେ ଚୀନ ଅଜହର ବାଧକ ସାଜିଥିଲା। ଅଜହରକୁ ବିଶ୍ୱ ଆତଙ୍କୀ ଘୋଷଣ ହେବାରୁ ବଞ୍ଚାଇ ଦେଇଛି।

Comment