ଓଡ଼ିଶାଲାଇଭ ବ୍ୟୁରୋ

ପୁଲଓ୍ୱାମା ଆତଙ୍କବାଦୀ ଘଟଣା ପାଇଁ ଦାୟୀ ଜୈଶ ଏ ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ସଂଯୁକ୍ତ ରାଷ୍ଟ୍ର ଆଜି ଗ୍ଲୋବାଲ ଆତଙ୍କୀ(ବିଶ୍ୱ ଆତଙ୍କୀ) ଘୋଷଣା କରିପାରେ। ପୁଲଓ୍ୱାମା ଘଟଣା ପରେ ଭାରତ ଏଥିପାଇଁ ଚେଷ୍ଟା ଚଲାଇ ଆସିଥିଲା।

ହେଲେ ଏଥିରେ ଚୀନ ବାଧକ ସାଜିଥିଲା। ଶେଷରେ ଚୀନ ମଧ୍ୟ ଭାରତର ଏହି ପ୍ରସ୍ତାବରେ ରାଜି ହୋଇଛି। ଆଜି ସଂଯୁକ୍ତ ରାଷ୍ଟ୍ର ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହା ଉପରେ ନିଷ୍ପତ୍ତି ନିଆଯାଇପାରେ।

ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ ଅଜହରକୁ ବଶ୍ୱ ଆତଙ୍କୀ ଘୋଷଣା କରିବାକୁ ପ୍ରସ୍ତାବ ଆଣିଥିଲା। ହେଲେ ଚୀନରେ ଏଥିରେ ବାଧକ ସାଜିଥିଲା। ପରେ ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା, ଫ୍ରାନ୍ସ, ଏବଂ ବ୍ରିଟେନ ମସୁଦ୍‌କୁ ଅତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଆଗକୁ ବଢ଼ଇଥିଲେ।

Comment