ଓଡ଼ିଶାଲାଇଭ ବ୍ୟୁରୋ


ବାତ୍ୟା ‘ଫନି’ ଏକ୍ସଟ୍ରିମିଲ୍ ସିଭିୟର ସାଇକ୍ଲୋନିକ୍‌ରେ ପରିଣତ ହୋଇ ଏବେ ଓଡ଼ିଶାମୁହାଁ ହୋଇଛି। ଏହା ଏବେ ପୁରୀଠାରୁ ୪୨୦ କିମି ଦୂରରେ ରହିଛି। ସେପଟେ ‘ଫନି’ ମୁକାବିଲା ଲାଗି ରାଜ୍ୟସରକାର ପୂରା ସଜାଗ ଅଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏ ନେଇ ଏକ ସମୀକ୍ଷା ବୈଠକ କରିଛିନ୍ତି।

ବୈଠକରେ ବାତ୍ୟା ‘ଫନି’ ନେଇ ସମୀକ୍ଷୀ କରାଯାଇଛି। ଫୋନ ସେବା ଯେପରି ବ୍ୟାଘାତ ନହୁଏ ସେନେଇ ଆଲୋଚନା କରାଯାଇଛି। ବାତ୍ୟାପାଇଁ ଆତଙ୍କିତ ନହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହିତ ଟେଲିକମ୍ ଅପରେଟର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ବୈଠକରେ ନଗର ଉନ୍ନୟନ, ଶକ୍ତି ସଚିବ,ପଞ୍ଚାୟତରାଜ ଓ ଗ୍ରାମୀଣ ସଚିବ ସାମିଲ ଥିଲେ। ଫନିକୁ ମୁକାବିଲା କରିବା ଲାଗି ସବୁପ୍ରକାର ପ୍ରସ୍ତୁତି କରାଯାଇଛି। ରାଜ୍ୟସରକାର ଓ ପ୍ରଭାବିତ ହେବାକୁଥିବା ଜିଲ୍ଲାର ଜିଲ୍ଲାପ୍ରଶାସନ ସମସ୍ତ ପରିସ୍ଥିତି ଲାଗି ସଜାଗ ଅଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆତଙ୍କିତ ହୁଅନ୍ତୁନାହିଁ, ଶାନ୍ତ ରୁହନ୍ତୁ, ସରକାରଙ୍କୁ ସହଯୋଗ କରନ୍ତୁ। ପ୍ରତିଟି ଜୀବନ ଆମଲାଗି ମୂଳ୍ୟବାନ। ରାଜ୍ୟସରକାର ବାତ୍ୟା ମୁକାବିଲା ଲାଗି ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।”

Comment