ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ୧୭୫ କିଲୋମିଟର, ଭୁବନେଶ୍ୱରରେ ୧୨୦ରୁ ଅଧିକ ବେଗରେ ବହୁଛି ପବନ।
ସାମୁଦ୍ରିକ ଝଡ଼ ‘ଫନି’ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଛି। ସ୍ଥଳଭାଗ ଛୁଇଁବା ପରେ ପରିସ୍ଥିତି ଅଣାୟତ ହୋଇଯାଇଛି। ପୁରୀ ସମେତ ଆଖପାଖ ଅଞ୍ଚଳରେ ଫନି ତାଣ୍ଡବ ରଚିଛି। ପୁରୀରେ ପବନର ବେଗ ବର୍ତ୍ତମାନ ଘଣ୍ଟାକୁ ୧୭୫ କିଲୋମିଟରରୁ ଅଧିକ ରହିଥିବା ବେଳେ ଭୁବନେଶ୍ୱରରେ ୧୨୦ରୁ ଅଧିକ ବେଗରେ ପବନ ବହୁଛି।
ପୁରୀ ପେଣ୍ଠକଟା ବସ୍ତି ଏବଂ ବ୍ରହ୍ମଗିରି ସାନପାଟଣା ଗାଁରେ ସମୁଦ୍ର ପାଣି ମାଡ଼ି ଆସିଛି। ବଡ଼ ବଡ଼ ଗଛକୁ ଭାଙ୍ଗି ଦେଇଛି ଫନି। ଭୁବନେଶ୍ୱରର ଅନେକ ସ୍ଥାନରେ ମଧ୍ୟ ଗଛ ଉପଡ଼ି ପଡ଼ିଛି। ରାସ୍ତାରେ ଗଛ ପଡ଼ି ଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।
ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି। ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଫନି ସ୍ଥଳଭାଗ ଛୁଇଁବାର ୫ରୁ ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରଳୟ ଲାଗି ରହିବ। ଜୋରଦାର ପବନ ବହି।
ସନ୍ଧ୍ୟା ପର୍ଯ୍ୟନ୍ତ ପବନ ଓ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି। ସନ୍ଧ୍ୟା ପରେ ପବନର ବେଗ ୧୦୦ କିଲୋମିଟର ଭିତରେ ସୀମିତ ରହିବ।








ପୁରୀରେ ୧୭୫ କିଲୋମିଟର, ଭୁବନେଶ୍ୱରରେ ୧୨୦ରୁ ଅଧିକ ବେଗରେ ବହୁଛି ପବନ।







