ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀଠାରୁ ୪୦ କିଲୋମିଟର ଦୂରରେ ରହିଛି ବାତ୍ୟା ଫନି। ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ପରିସ୍ଥିତି ଅଣାୟତ ହୋଇଯାଇଛି। ବର୍ତ୍ତମାନ ପୁରୀରେ ୧୪୫ରୁ ୧୭୫ କିଲୋମିଟର ବେଗରେ ପବନ ବହୁଛି। ଫଳରେ ପୁରୀ-ମେରାଇନ ଡ୍ରାଇଭରେ ଗଛ ଭାଙ୍ଗି ଯାଇଥିବା ସୂଚନା ମିଳିଛି।
ଅନେକ ନଡ଼ିଆ ଗଛ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସ୍ଥଳଭାଗ ଛୁଇଁବା ବେଳକୁ ପୁରୀରେ ପବନର ବେଗ ୨୦ କିଲୋମିଔର ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏପଟେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଚିଲିକାରେ ମଧ୍ୟ ପବନର ବେଗ ବଢ଼ିଛି।
















