ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନି ପାଇଁ ପୁଞ୍ଚିଲା ଜେଇଇ ଆଡଭାନ୍ସଡ୍ ରେଜିଷ୍ଟ୍ରେସନ ତାରିଖ। ମେ’ ୧୪ ତାରିଖ ପର୍ଯ୍ୟନ୍ତ ଅବଧି ଘୁଞ୍ଚା ଯାଇଛି। ଏ ସମ୍ପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମନ୍ତ୍ରୀ ପ୍ରକାଶ ଜାବଡେକର ଘୋଷଣା କରିଛନ୍ତି। କେବଳ ଓଡ଼ିଶା ପାଇଁ ଏହି ଅବଧି ଘୁଞ୍ଚା ଯାଇଛି।

ଜେଇଇ ଆଡଭାନ୍ସଡ୍ ଅବଧି ୩ରୁ ୯ ତାରିଖ ପର୍ଯ୍ୟନ୍ତ ରହିଥିଲା। ବାତ୍ୟା ଫନି ପରେ ଜେଇଇ ଆଡଭାନ୍ସଡ୍ ରେଜିଷ୍ଟ୍ରେସନ ଘୁଞ୍ଚାଇବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରେଜିଷ୍ଟ୍ରେସନ ଅବଧି ଘୁଞ୍ଚାଇବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ।

ବାତ୍ୟାରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଥିବାରୁ ରେଜିଷ୍ଟ୍ରେସନ ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here