ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ୧୭ରେ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା। ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଦେଶରେ ଥିବା ୨୩ଟି ଆଇଆଇଟିରେ ନାମ ଲେଖା ପାଇଁ ଏହି ପରୀକ୍ଷା ହେବ।

ମେ’ ୧ରୁ ୭ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନାମ ପଞ୍ଜୀକରଣ କରିପାରିବେ। ମେ’ ୭ତାରିଖ ଫି ଦାଖଲ କରିବାର ଶେଷ ତାରିଖ ରଖାଯାଇଛି। ମେ’ ୧୭ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଯାଏଁ ହେବ। ସେହିଭଳି ଦ୍ୱିତୀୟ ସିଟିଂ ପାଇଁ ଅପରାହ୍‌ଣ ୨ଟା ୩୦ରୁ ସନ୍ଧ୍ୟା ୫ଟା ଯାଏଁ ହେବ।

ଏଥିରେ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନେ ଦେଶରେ ଥିବା ୨୩ଟି ଆଇଆଇଟିର ବିଇ ଓ ବି.ଟେକ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ।

ଚଳିତବର୍ଷ ୭ଟି ଆଇଆଇଟି ଜୋନ୍ ରଖାଯାଇଛି। ସେଥିମଧ୍ୟରୁ ଖଡ଼ଗପୁର ଜୋନ ଅଧୀନରେ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ସହରରେ ପରୀକ୍ଷାକେନ୍ଦ୍ର କରାଯିବ।

ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀମାନେ ମେ’ ୧୨ତାରିଖରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଜୁନ୍‌ ୮ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଦିଲ୍ଲୀ ଆଇଆଇଟି ପକ୍ଷରୁ ସୂଚନା ମିଳିଛି।

ପରୀକ୍ଷା ସମ୍ପର୍କୀତ ଅଧିକ ତଥ୍ୟ ପାଇଁ ଛାତ୍ରଛାତ୍ରୀମାନେ jeedv.ac.in ରେ ଲଗଇନ୍ କରିପାରିବେ।
ସେପଟେ ଏପ୍ରିଲ ମାସରେ ହେବାକୁ ଥିବା ଜେଇଇ ମେନ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ ତାରିଖକୁ ବୃଦ୍ଧି କରାଯାଇଛି। ପୁର୍ବରୁ ମାର୍ଚ୍ଚ ୬ତାରିଖରେ ନାମ ପଞ୍ଜୀକରଣ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଏହାକୁ ମାର୍ଚ୍ଚ ମାସ ୧୨ ତାରିଖ ଯାଏଁ ବୃଦ୍ଧି କରାଯାଇଛି।

Comment