ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ-୨୦୧୮ ରେଜଲ୍ଟ। ହରିୟାଣା ପଞ୍ଚକୁଳାର ପ୍ରଣବ ଗୋଏଲ ଟପ୍ପର ହୋଇଛନ୍ତି। ମୋଟ ୩୬୦ ନମ୍ବରରୁ ୩୩୭ ରଖି ପ୍ରଣବ ଏହି ସଫଳତା ହାସଲ କରିଛନ୍ତି।

ଦିଲ୍ଲୀ ଆଇଆଇଟିର ମୀନାଲି ପାରଖ ୬ ନମ୍ବର ରାଙ୍କରେ ରହି ଝିଅମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଜେଇଇ ଆଡଭାନ୍ସରେ ୮୨ ନମ୍ବର ରାଙ୍କରେ ଥିବା ଭୁବନେଶ୍ବରର ସାର୍ଥକ ବେହେରା ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ଆଇଆଇଟି ଖଡ଼ଗପୁର ଜୋନରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।

ଜେଇଇର ଅଫିସିଆଲ ୱେବସାଇଟ୍ www.jeeadv.ac.in ରେ ରେଜଲ୍ଟ ଉପଲବ୍ଧ ହୋଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଜେଇଇ ଆଡଭାନ୍ସ ପରୀକ୍ଷା ହୋଇଥିଲା। ୧ ଲକ୍ଷ ୫୫ ହଜାର ୧୫୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୮ ହଜାର ୧୩୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଦେଶର ୭ଟି ଆଇଆଇଟି ଜୋନର ୨୩ଟି ଶିକ୍ଷାନୁଷ୍ଠାନ ପାଇଁ ପରୀକ୍ଷା ହୋଇଥିଲା।

Comment