ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଶିକ୍ଷାନୁଷ୍ଠାନ କେବେ ଖୋଲିଲେ ଠିକ ହେବ ସେହି ବଲ୍‌ଟି ଏବେ ଅଭିଭାବକଙ୍କ କୋର୍ଟରେ। କୋଭିଡ ମହାମାରୀ ଯୋଗୁଁ ସ୍କୁଲ ସବୁ ବନ୍ଦ ହୋଇ ପଡ଼ିଥିବାରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ର।ଳୟ ଏନେଇ ଅଭିବାକକଙ୍କ ମତ ଚାହିଁଛି।

ସବୁ ରାଜ୍ୟର ଶିକ୍ଷା ସଚିବମାନଙ୍କ ପାଖକୁ ଚିଠି ଲେଖି ମନ୍ତ୍ରାଳୟ ଅଭିଭାବକମାନଙ୍କ ଠାରୁ ମତ ଆଣିବା ପାଇଁ କହିଛି। ବିଶେଷ କରି କେବେ ସ୍କୁଲ ଖୋଲିବା ଠିକ ହେବ ଓ ସ୍କୁଲ ଖୋଲିଲେ କି ପ୍ରକାର ପରିବର୍ତ୍ତନ ଆବଶ୍ୟକ ସେହି ମତ ସଂଗ୍ରହ କରିବାକୁ ମନ୍ତ୍ରାଳୟ କହିଛି। ଏହି ଚିଠିରେ ରାଜ୍ୟ ଶିକ୍ଷା ସଚିବମାନଙ୍କୁ କୁହାଯାଇଛି ଯେ ଅଗଷ୍ଟ/ସେପ୍ଟେମ୍ବର/ ଅକ୍ଟୋବର କୋଉ ମାସରେ ସ୍କୁଲ ଖୋଲିବା ଉଚିତ ହେବ ସେ ପ୍ରସଙ୍ଗରେ ମତାମତ ନିଅ।

ଜୁଲାଇ ୨୦ ତାରିଖ ସୁଦ୍ଧା ଅଭିଭାବକଙ୍କ ମତ ସଂଗ୍ରହ ଏବଂ କେନ୍ଦ୍ରକୁ ଜବାବ ପଠାଇବାପାଇଁ ସମୟ ଦିଆଯାଇଥିଲା।

CGU newଖବର ମିଳିଛି ଯେ, ଗୃହ ମନ୍ତ୍ରାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅନୁମତି ଆସିବା ପରେ ଯାଇ ମାନବ ସମ୍ବଳ ବିକାଶ ବିଭାଗ ସ୍କୁଲ ଖୋଲିବା ପାଇଁ ଅନୁମତି ଦେବ। ସ୍କୁଲ ଖୋଲିବା ନିଷ୍ପତ୍ତି ପରେ ଯେଉଁ ପଦକ୍ଷେପ ନିଆଯିବ ସେଥିରେ ରହିଛି ପାଳିକରି ପିଲାଙ୍କର ସ୍କୁଲ ଆସିବା ଓ ସିନିୟର ବୟଜ ଓ ଗାର୍ଲସଙ୍କୁ ପ୍ରଥମେ ସ୍କୁଲ ଆସିବା ପାଇଁ  ସୁଯୋଗ ଦେବା ଇତ୍ୟାଦି।

Comment