ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୪.୩ ଲକ୍ଷ ଟଙ୍କା ଦେଲେ ବେଦାନ୍ତ କର୍ମଚାରୀ।

ବାତ୍ୟା ଫନିରେ ଉପକୂଳ ଓଡ଼ିଶା ଛାରଖାର ହୋଇଯାଇଥିଲା। ବିଶେଷକରି ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା। ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ବିଭିନ୍ନ ସଂସ୍ଥା ସହାୟତାର ହାତ ବଢ଼ାଉଛନ୍ତି। ଏହି କ୍ରମରେ ବେଦାନ୍ତ ଆଲୁମିନିୟମର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୪.୩ ଲକ୍ଷ ଟଙ୍କା ଦେଇଛନ୍ତି।

ବେଦାନ୍ତ ଝାରସୁଗଡ଼ା ଏବଂ ଲାଞ୍ଜିଗଡ଼ ୟୁନିଟର କର୍ମଚାରୀମାନେ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ଦିନକର ଦରମା ଦାନ କରିଛନ୍ତି। ଏହି ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିଆଯାଇଛି।

ବେଦାନ୍ତ ଆଲୁମିନିୟମ ଏବଂ ଶକ୍ତି ବିଭାଗର ସିଇଓ ଅଜୟ କପୁର କହିଛନ୍ତି, ‘‘ବାତ୍ୟା ଫନି ପରେ ଯେଉଁ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ଆମ କର୍ମଚାରୀମାନେ ସେଥିରେ ସହଯୋଗର ହାତ ବଢ଼ାଇଛନ୍ତି। କର୍ମଚାରୀମାନେ ୨୪.୩ ଲକ୍ଷ ଟଙ୍କା ଆଦାୟ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଛନ୍ତି। ଏହି ବିପର୍ଯ୍ୟୟ ସମୟରେ ଆମେ ଓଡ଼ିଶାର ପ୍ରଶାସନ ଏବଂ ଲୋକମାନଙ୍କ ସହିତ ରହିଛୁ।’’

Comment