ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ପାଇଁ ଦୀର୍ଘ ୧୯ ଦିନରୁ ବନ୍ଦ ରହିଥିବା ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନ ମେ’୨୧ରେ ଖୋଲିବ।

ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନ ଗତ ୨ ତାରିଖରୁ ବନ୍ଦ କରାଯାଇଥିଲା। ୨୧ ତାରିଖରେ ନନ୍ଦନକାନନ ଖୋଲିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ଏସ୍‌ କେ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ନନ୍ଦନକାନନ ସଂଲଗ୍ନ ବଟାନିକାଲ ଗାର୍ଡେନ ବି କାଲି ଖୋଲିବ। ବାତ୍ୟା ‘ଫନି’ ପାଇଁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

‘ଫନି’ରେ ଜଙ୍ଗଲ ଓ ପରିବେଶ ବିଭାଗର ୫୩୭ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେହିପରି ପାଖାପାଖି ୯ ଲକ୍ଷ ଗଛ ଭାଙ୍ଗିଯାଇଥିବା ବେଳେ ୫ ଲକ୍ଷରୁ ଅଧିକ ଗଛ ଉପୁଡ଼ି ପଡ଼ିଥିବାର ସୂଚନା ମିଳିଥିଲା।

Comment