ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୧୩ ତାରିଖ ସୁଦ୍ଧା ସମସ୍ତ ବ୍ୟାଙ୍କ ଓ ଏଟିଏମଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ସେବାକୁ ସ୍ୱାଭାବିକ କରାଯିବ। ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ଭ୍ରାମ୍ୟମାଣ ଏଟିଏମ ଏବଂ ପିଓଏସ୍ ମେସିନ ସୁବିଧା ଉପଲବ୍ଧ କରାଯିବ।

ଏ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ।

ଶ୍ରୀ ସିଂହ କହିଛନ୍ତି ଯେ ୧୧ ତାରିଖ ସୁଦ୍ଧା ପୁରୀ ଜିଲ୍ଲାର ୨୨୨ଟି ବ୍ୟାଙ୍କ ଶାଖା ମଧ୍ୟରୁ ୧୮୫ଟି ବ୍ୟାଙ୍କ ଶାଖା କାର୍ଯ୍ୟ କରୁଥିବା ବେଳେ ୨୭୫ଟି ଏଟିଏମ ମଧ୍ୟରୁ ୪୩ଟି କାର୍ଯ୍ୟକ୍ଷମ ହୋଇଛି।

ସେହିପରି ଖୋର୍ଦ୍ଧା ଜିଲ୍ଲାର ୬୫୭ଟି ବ୍ୟାଙ୍କ ମଧ୍ୟରୁ ୫୪୫ଟି ଏବଂ କଟକ ଜିଲ୍ଲାର ୩୯୪ଟି ବ୍ୟାଙ୍କ ମଧ୍ୟରୁ ୩୧୮ଟି ଶାଖା କାର୍ଯ୍ୟକ୍ଷମ ହୋଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାର ୧୧୮୪ଟି ଏଟିଏମ ମଧ୍ୟରୁ ୪୧୨ଟି, କଟକ ଜିଲ୍ଲାର ୫୭୪ଟି ଏଟିଏମ ମଧ୍ୟରୁ ୨୪୦ଟି କାର୍ଯ୍ୟକ୍ଷମ ହେଉଛି।

Comment