ଓଡ଼ିଶାଲାଇଭ୍ ବ୍ୟୁରୋ

bus-strike-Paralakhemundi

ସୋମବାର ଏବଂ ମଙ୍ଗଳବାର ଦୁଇଦିନ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ ୟୁନିଅନ। ଏଥିରେ ସରକାରୀ ବ୍ୟାଙ୍କର ଘରୋଇକରଣ ଓ ବ୍ୟାଙ୍କିଂ ଆଇନ୍ ଅଧିନିୟମ-୨୦୨୧କୁ ବିରୋଧ, ଇପିଏଫ୍ ଜମା ଉପରେ ସୁଧାହାର ହ୍ରାସ, ଡିଜେଲ, ପେଟ୍ରୋଲ ଏବଂ ଇନ୍ଧନଗ୍ୟାସ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇଦିନ ଏହି ବନ୍ଦ ଡାକରା ଦେଇଛି ଟ୍ରେଡ ୟୁନିଅନ। ସୋମବାର ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ସୋମବାର ଏବଂ ମଙ୍ଗଳବାର ଦୁଇଦିନ ଧରି ବ୍ୟାଙ୍କ ସେବା ବନ୍ଦ ରହିବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ଯୋଗୁଁ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପ୍ରଭାବିତ ହେଉଛନ୍ତି ବୋଲି ଟ୍ରେଡ ୟୁନିଅନ ପକ୍ଷରୁ କୁହାଯାଇଛି।

ଟ୍ରେଡ ୟୁନିଅନର ଏହି ଦୁଇଦିନିଆ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ପରିବହନ ବିଭାଗ ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ, ବୀମା କର୍ମଚାରୀ, କୋଇଲା, ଇସ୍ପାତ, ତୈଳ, ଡାକ, ଦୂରସଞ୍ଚାର ଓ ଆୟକର ବିଭାଗ କର୍ମଚାରୀ ସଂଘ।

Tags: #BharatBand #India #Odisha #TredUnion #BankService

Comment