ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଣତନ୍ତ୍ରର ମହାପର୍ଗରେ ସାମିଲ ହୋଇ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ନିଜ ପତ୍ନୀଙ୍କ ସହିତ ରାମନାଥ କୋବିନ୍ଦ ଭୋଟ ଦେଇଛନ୍ତି।

ରାଷ୍ଟ୍ରପତିଙ୍କ ଲାଗି ରାଷ୍ଟ୍ରପତି ଭବନରେ ଭୋଟିଂ ଲାଗି ବିଶେଷ ବ୍ୟବସ୍ଥା କରାଯାଇଥିଲା। ରାମନାଥଙ୍କ ପୂର୍ବରୁ ରାଷ୍ଟ୍ରପତି ଥିବା ପ୍ରଣବ ମୁଖାର୍ଜୀ ଏହି ମହାପର୍ବରେ ସାମିଲ ହୋଇନଥିଲେ।

୧୯୯୮ ମସିହାରେ କେ ଆର ନାରାୟଣନ ଦେଶର ପ୍ରଥମ ରାଷ୍ଟ୍ରପତି ଥିଲେ ଯେ ପଦରେ ରହି ନିଜର ମତଦାନ ସାବ୍ୟସ୍ତ କରିଥିଲେ। ରାଷ୍ଟ୍ରପତି ନାରାୟଣନ ମତଦାନ କେନ୍ଦ୍ରରେ ଲାଇନରେ ଛିଡ଼ାହୋଇ ଭୋଟ ଦେଇଥିଲେ।

ଏହାପରେ ଏପିଜେ ଅବଦୁଲ କଲାମ, ପ୍ରତିଭା ଦେବୀ ସିଂ ପାଟିଲ ମତଦାନ କରିଥିଲେ। ମାତ୍ର ଯେତେବେଳେ ୨୦୧୨ ରେ ପ୍ରଣବ ମୁଖାର୍ଜୀ  ରାଷ୍ଟ୍ରପତି ହୋଇଥିଲେ ସେ କହିଥିଲେ ଯେଉଁ ପରାମ୍ପରା ଅଛି ରାଷ୍ଟ୍ରପତି ମତଦାନ ନକରିବାର ତାହାକୁ ପାଳନ କରିବେ। ଯେଉଁଥିପାଇଁ ସେ ମତଦାନ ସାବ୍ୟସ୍ତ କରିନଥିଲେ।

ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଓ ପ୍ରତିଭାଦେବୀ ସିଂ ପାଟିଲଙ୍କ ଲାଗି ରାଷ୍ଟ୍ରପତି ଭବନ ଭୋଟିଂ ଲାଗି ବିଶେଷ ବ୍ୟବସ୍ଥା କରାଯାଇଥିଲା।

ଆଜି ଦେଶରେ ୭ଟି ରାଜ୍ୟରେ ୫୯ଟି ଲୋକସଭା ଆସନଲାଗି ମତଦାନ ହେଉଛି। ଅନେକ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜାନାର୍ଦ୍ଦନ।

Comment