ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୨ କୋଟି ଟଙ୍କା ଦେଇଛି ଅଏଲ ଇଣ୍ଡିଆ କମ୍ପାନି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଚେକ୍ ପ୍ରଦାନ କରିଥିଲେ କମ୍ପାନିର ଜେନେରାଲ ମ୍ୟାନେଜର ରାଜୀବ ସିଙ୍ଘଲ।

ବାତ୍ୟା ଫନି ପ୍ରଭାବିତଙ୍କ ପାଇଁ ୧୦୦୦ କିଲୋ ଲିଟର କିରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୦ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ।

ଏପଟେ ଧର୍ମେନ୍ଦ୍ର ମଧ୍ୟ ରାଜ୍ୟ ସରକାରଙ୍କୁ ଉତ୍ତର ଦେଇଛନ୍ତି। ୧୦୦୦ କିଲୋ ଲିଟର କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା ହୋଇଥିବା ବେଳେ ଏହି ଅର୍ଥ ତୈଳ ଓ ପ୍ରାକୃତି ଗ୍ୟାସ ମନ୍ତ୍ରାଳୟ ଅଧିନରେ ଥିବା ପିଏସୟୁ ବହନ କରିବ ବୋଲି ଧର୍ମେନ୍ଦ୍ର କହିଥିଲେ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କାରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment