ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପୁଣିଥରେ ସରକାର ଗଠନ କରିବାକୁ ଯାଉଛି । ସାରା ଦେଶରେ ମୋଦି ଲହର ଚାଲିଥିଲାବେଳେ ଓଡ଼ିଶାରେ କିନ୍ତୁ ଏହା କାମ ଦେଇନାହିଁ। ଏହି ନିର୍ବାଚନରେ ନବୀନ ପୁଣିଥରେ ରାଜ୍ୟବାସୀଙ୍କ ବିଶ୍ୱାସ ଜିତିଛନ୍ତିା ନିର୍ବାଚନରେ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ନବୀନ ଏହାର ସମସ୍ତ ଶ୍ରେୟ ରାଜ୍ୟବାସୀଙ୍କୁ ଦେଇଛନ୍ତିା

ବିପୁଳ ସମର୍ଥନ ପାଇଁ ନବୀନ ସାଢ଼େ ୪କୋଟି ରାଜ୍ୟବାସୀଙ୍କୁ ଟୁଇଟ ଜରିଆରେ ଧନ୍ୟବାଦ ଦେଇଛନ୍ତିା ସେ ଟୁଇଟରେ ଲେଖିଛନ୍ତି, ‘‘ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଆପଣମାନେ ମୋତେ ପୁଣିଥରେ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଆସନ୍ତୁ, ଆମେ ସମସ୍ତେ ଏକାଠି ନୂଆ ଓଡ଼ିଶା ପାଇଁ କାମ କରିବା‘‘।NAVEEN

ଏହିଦିନ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ମେ’ ୨୯ରେ ଶପଥ ନେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ବି ଶପଥ ନେବାର କାର୍ଯ୍ୟକ୍ରମ ଥିବା ନେଇ ସୂଚନା ମିଳିଛି।

Comment