ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାତିରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଏବଂ ଝଡ଼ ତୋଫାନ ହେବ। ଏନେଇ ୫ଟି ଜିଲ୍ଲାକୁ ରାତି ୮ଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି ଭୁବେନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

ସତର୍କ କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଓ ମୟୂରଭଞ୍ଜ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଏହି ସ୍ଥାନମାନଙ୍କରେ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ପବନ ବହିପାରେ।

ଅନ୍ୟପକ୍ଷରେ ରାଜ୍ୟରେ ଦିନ ବେଳା ଅତ୍ୟଧିକ ଗରମ ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ସମୟରେ କାଳବୈଶାଖୀ ପ୍ରଭାବରୁ ବର୍ଷା ହେଉଛି।

Comment