ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ର ଆଉ ନାହାନ୍ତି। ଶନିବାର ରାଜଧାନୀର ଏକ ଘରୋଇ କ୍ଲିନିକରେ ରାମହରି ମିଶ୍ର ଇହଲୀଳା ସମ୍ବରଣ କରିଛନ୍ତି।

ସେ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।

ଗତବର୍ଷ ରାମହରି ମିଶ୍ରଙ୍କ ପତ୍ନୀଙ୍କ ପରାଲୋକ ହୋଇଥିଲା। ପତ୍ନୀଙ୍କ ଦେହାନ୍ତ ପରେ ଦୁଇଟି ଝିଅ ଏବଂ ଗୋଟିଏ ପୁଅକୁ ନେଇ ରାମହରି ମିଶ୍ରଙ୍କ ପରିବାର।

ରାମହରି ମିଶ୍ର ଥିଲେ ଜଣେ ବହୁ ପ୍ରତିଷ୍ଠିତ ସାମ୍ବାଦିକ। ସେ ଆନନ୍ଦ ବଜାର ପତ୍ରିକା, ନ୍ୟାସନାଲ ହେରାଲ୍ଡ, କଳିଙ୍ଗ ଭଳି ପ୍ରମୁଖ ଖବରକାଗଜ ସଂସ୍ଥାରେ କାମ କରିଛନ୍ତି।

Comment