ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କର ସୋମବାର ସକାଳେ ମୃତ୍ୟୁ ହୋଇଛି। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ତେବେ ସୋମବାର ତାଙ୍କ ଦେହ ଅଧିକ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାସୁଦେବ ମହାପାତ୍ର ସାମ୍ବାଦିକତା କ୍ଷେତ୍ର ସହିତ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ। ସେ ତାଙ୍କ ସାମ୍ବାଦିକତା ଜୀବନ ଖବରକାଗଜରୁ ଆରମ୍ଭ କରିଥିଲେ। ଜଣେ ତୃଣମୂଳ ସ୍ତରର ସାମ୍ବାଦିକ ଭାବେ ସେ ବେଶ ପରିଚିତ ଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସାମ୍ବାଦିକତା କରିବାରେ ତାଙ୍କର ଦକ୍ଷତା ଥିଲା।

ସେ ଅନେକ ଦିନ ଧରି ନକ୍ଷତ୍ର ନ୍ୟୁଜ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଭାବେ ଦାୟିତ୍ଵ ତୁଲାଇଥିଲେ। ଏହାପରେ ସେ ଜଣେ ଫ୍ରି ଲାନ୍ସର ଭାବେ କାର୍ଯ୍ୟ କରି ଅନେକ ଜାତୀୟ ଏବଂ ଆଞ୍ଚଳିକ ଗଣମାଧ୍ୟମକୁ ଖବର ଯୋଗାଉଥିଲେ। ଏହାଛଡ଼ା ବିକାଶମୂଳକ ସମ୍ବାଦକତା କ୍ଷେତ୍ରରେ ସେ କାର୍ଯ୍ୟ କରୁଥିଲେ।

ବାସୁଦେବ ମହାପାତ୍ରଙ୍କ ଜନ୍ମ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ହୋଇଥିଲା। ତାଙ୍କ ପତ୍ନୀ ସୁଜାତା ମହାପାତ୍ର ମଧ୍ୟ ଜଣେ ସାମ୍ବାଦିକ। ସେ ବର୍ତ୍ତମାନ କଳିଙ୍ଗ ଟିଭିରେ ସିନିୟର ରିପୋର୍ଟର ଭାବେ କାର୍ଯ୍ୟ କରୁଛନ୍ତି।

Tags: #BasudevMahapatra #Death #SeniorJournalist #Media #Odisha

 

LEAVE A REPLY

Please enter your comment!
Please enter your name here