ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ହେବେ ବିଧାନସଭାର ବାଚସ୍ପତି। ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୂର୍ଯ୍ୟଙ୍କୁ ଫୋନ ଯୋଗେ ସୂଚନା ଦେଇଥିବା ଜଣାପଡ଼ିଛି। ସୂର୍ଯ୍ୟ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ସୂର୍ଯ୍ୟନାରାୟଣ ପାତ୍ର ହେଉଛନ୍ତି ବିଜେଡିର ବରିଷ୍ଠ ନେତା। ବିଜୁ ପଟ୍ଟନାୟକଙ୍କ ଅମଳରୁ ସୂର୍ଯ୍ୟ ଦଳରେ ରହିଛନ୍ତି। ସେ ଜନତା ଦଳ ଏବଂ ପରେ ବିଜୁ ଜନତା ଦଳ ଟିକେଟରେ ଏକାଧିକ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ନବୀନ ସରକାରରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ରହିଛନ୍ତି। ନବୀନଙ୍କ ଚତୁର୍ଥ ପାଳି ସରକାରରେ ସୂର୍ଯ୍ୟ ସମବାୟ ମନ୍ତ୍ରୀ ଥିଲେ।

ସେହିପରି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ହେବେ। ବିଞ୍ଝାରପୁରରୁ ଲଗାତର ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ପ୍ରମିଳା। ଏହାସହ ସେ ବିଜେଡି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ମଧ୍ୟ ଥିଲେ।

Comment