ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ଅରୁଣ ଜେଟଲୀ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ସେ ଅନିଚ୍ଛା ପ୍ରକାଶ କରିଛନ୍ତିା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଚିଠି ଲେଖି ଜଣାଇଛନ୍ତି ଜେଟଲୀ।

‘‘ଗତ ୧୮ ମାସ ହେଲା ମୁଁ ଅସୁସ୍ଥ ଅଛିା ଏହି ଅବସ୍ଥାରେ ମୁଁ କୌଣସି ଦାୟିତ୍ୱ ତୁଲାଇ ପାରିବିନିା ସେଥିପାଇଁ ମୋତେ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରା ନଯାଉ‘‘ ଚିଠିରେ ଲେଖିଛନ୍ତି ଜେଟଲୀ।

ଗତ ଏକ ମାସ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ି ଯାଇଥିବା ସେ ଚିଠିରେ ଲେଖିଛନ୍ତିା ତେଣୁ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ସେ କୌଣସି ଦାୟତ୍ୱ ନେବାକୁ ଚାହୁଁ ନାହାନ୍ତି।

ଜେଟଲୀ ମୋଦି ସରକାରଙ୍କ ପୁରୁଣା କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲୋ ଏବେ ଜେଟଲୀଙ୍କ ଏହି ଚିଠି ପରେ ସେ ନୂଆ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଉନଥିବା ଅନୁମାନ କରାଯାଉଛିା

ଜେଟଲୀ ଅନିଚ୍ଛା ପ୍ରକାଶ କରିବା ପରେ ଏବେ ଅର୍ଥମନ୍ତ୍ରୀ ଦାୟିତ୍ୱ କିଏ ନେବେ ସେ ନେଇ ଚର୍ଚ୍ଚା ଜୋର ହେଉଛିା ତେବେ ପିୟୂଷ ଗୋଏଲଙ୍କୁ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଇପାରନ୍ତିା କାରଣ ଜେଟଲୀ ଅସୁସ୍ଥ ଥିଲେ ବିଭିନ୍ନ ସମୟରେ ସେ ଅତିରକ୍ତ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥା’ନ୍ତି।

Comment