ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ ମହାସମର ଆଇସିସି ବିଶ୍ୱକପ୍‌ ୨୦୧୯ରେ ଭାରତର ପ୍ରଥମ ମୁକାବିଲା ଦକ୍ଷିଣ ଆଫ୍ରିକା ସହିତ ଅଛି। ଆସନ୍ତା ଜୁନ ୫ ତାରଖରେ ଭାରତ ଦକ୍ଷିଣ ଆଫ୍ରକିକୁ ଭେଟିବ। ତେବେ ଏହାର ତିନି ଦିନ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବରାଟ କୋହଲି ଆହତ।

ଶନିବାର ବିରାଟ ଅଭ୍ୟାସ କରୁଥିବା ସମୟରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ହେଲେ ଏଥିରେ କୌଣସି ବିପଦ ନାହିଁ ବୋଲି ଟିମ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଆହତ ହେବା ପରେ ଟିମ୍‌ର ଫିଜିଓ ପେଟ୍ରିକ୍‌ ଫାରହାର୍ଟ ବହୁତ ସମୟ ପର୍ଯ୍ୟନ୍ତ କୋହଲିଙ୍କୁ ଚିକିତ୍ସା କରିଥିଲେ। ତେବେ ଏବିଷୟରେ ବିସିସଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ବିରାଟ କୋହଲିଙ୍କ ପୂର୍ବରୁ ଟିମ୍‌ ଇଣ୍ଡିଆର ବିଜୟ ଶଙ୍କର ଏବଂ କେଦାର ଯାଦବ ଆହତ ହୋଇଥିଲେ। ତେବେ ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କୁ ଫିଟ୍‌ ଘୋଷଣା କରାଯାଇଛି। ତେବେ ଦକ୍ଷିଣ ଆଫ୍ରିକା ସହ ପ୍ରଥମ ମୁକାବିଲାରେ ସେମାନେ ଖେଳିବେ କି ନାହିଁ ସେ ନେଇ କିଛି କହି ହେଉନାହିଁ। କାହିଁକି ନା, ନ୍ୟୁଜିଲାଣ୍ଡ ବିପକ୍ଷ ୱାର୍ମଅପ୍‌ ମ୍ୟାଚ୍‌ରେ ବିଜୟ ଶଙ୍କର ଓ କେଦାର ଯାଦବ ମ୍ୟାଚ୍‌ରୁ ବାହାରେ ଥିଲେ। ବର୍ତ୍ତମାନ ବିରାଟ କୋହଲିଙ୍କ ଆହତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଉପରେ ପ୍ରଭାବ ପକାଇପାରେ।

Comment