ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସ କହିଛନ୍ତି ସେ ଭବିଷ୍ୟତରେ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ଅର୍ଥାତ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ହେବେ। ପ୍ରିୟଙ୍କା ସଣ୍ଡେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଏ ନେଇ କହିଛନ୍ତି।

ଏହି ସାକ୍ଷାତକାରରେ ସେ ନିଜ ପାଇଁ ଓ ପତି ନିକ୍ ଜୋନସଙ୍କ ଲାଗି ରାଜନୈତିକ ଆଶା ବାବଦରେ କହିଛନ୍ତି। ପ୍ରିୟଙ୍କା ଏହି ସାକ୍ଷାତକାରରେ କହିଛନ୍ତି କି, “ମୁଁ ଭାରତର ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ହେବାକୁ ଚାହିଁବି। ଏହା ସହିତ ମୁଁ ଚାହିଁବି କି ମୋ ପତି ନିକ୍ ଜୋନସ୍ ରାଷ୍ଟ୍ରପତି ଦୌଡରେ ସାମିଲ ହୁଅନ୍ତୁ।”

ଏହାସହିତ ସେ ଆହୁରି କହିଛନ୍ତି କି,“ରାଜନୀତିରେ ଯେଉଁ ସବୁ ଜିନିଷ ଜୋଡି ହୋଇଯାଇଛି ତାହା ମତେ ପସନ୍ଦ ନୁହଁ। ମାତ୍ର ମୁଁ ଜାଣିଛି କି ଆମେ ଦୁଇଜଣ ବାସ୍ତବରେ ଏ ନେଇ ଏକ ପରିବର୍ତ୍ତନ ଚାହୁଁଛୁ।”

Comment