ଓଡ଼ିଶାଲାଇଭ ବ୍ୟୁରୋ

ଇଦ ପାଇଁ ମସଜିଦରେ ଚାଲିଛି ସମୂହ ନମାଜ ପାଠ।

ପ୍ରେମ ଓ ଭଲପାଇବାର ପର୍ବ ଇଦ ଆଜି ସାରା ଦେଶ ପାଳନ କରୁଛି। ଦିଲ୍ଲୀ ମୁମ୍ବାଇ ସମେତ ସାରାଦେଶରେ ଇଦ୍ ଅବସରରେ ମସଜିଦ ମାନଙ୍କରେ ଲୋକେ ସମୂହ ନମାଜ ପାଠ କରୁଛନ୍ତି।

ଏହି ଅବସରରେ ପରସ୍ପରକୁ ଇଦ୍ ମୁବାରକ ଜଣାଉଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରି ଇଦର ଶୁଭକାମନା ଦେଇଛନ୍ତି।

ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, “ପବିତ୍ର ରମଜାନ ମାସ ସରିବା ଅବସରରେ ଏହି ପର୍ବ ଦୟା ଓ ଆମ ଭିତରେ ବିଶ୍ଵାସକୁ ମଜଭୁତ କରିଥାଏ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉର୍ଦ୍ଦୁ ଓ ଇଂରାଜୀରେ କହିଛନ୍ତି, “ଏହି ବିଶେଷ ଦିନ ଆମ ସମାଜରେ ଶ୍ରଦ୍ଧାକରଣ ଓ ଶାନ୍ତିର ଭାବନାକୁ ସୁଦୃଢ କରିଥାଏ। ମୁଁ ପ୍ରାର୍ଥନା କରୁଛି ସମସ୍ତଙ୍କୁ ଖୁସି ମିଳୁ।”

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟୁଇଟ୍ କରି କହିଛନ୍ତି, “ଇଦ୍ ମୁବାରକ୍ ଓ ଇଦ୍ ଉଲ୍ ଫିତର ଅବସରରେ ସମସ୍ତଙ୍କୁ ମୋର ଶୁଭକାମନା”।

ଏହାସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, କଂଗ୍ରେସ ନେତା ଦିଗ ବିଜୟ ସିଂହ ଓ ଅଭିନେତା ରଜା ମୁରାଦ ଇଦ୍ ଅବସରରେ ଲୋକଙ୍କୁ ଶୁଭକାମନା ଜଣାଇଛନ୍ତି।

Comment