ଓଡ଼ିଶାଲାଇଭ ବ୍ୟୁରୋ

ସ୍ୱାସ୍ଥ୍ୟ ପାଇଁ ପୁଦିନା କେତେ ଉପକାରୀ ତାହା ତ ସମସ୍ତେ ଜାଣନ୍ତି। ହେଲେ ତ୍ୱଚାକୁ ସୁସ୍ଥ ତଥା ସୁନ୍ଦର ରଖିବାରେ ମଧ୍ୟ ଏହାର ଅବଦାନ ରହିଛି।

-ବ୍ୟାକ୍ଟେରିଆ ଯୋଗୁ ହିଁ ମୁହଁରେ ବ୍ରଣ ବାହାରିଥାଏ। ଏଭଳି ସ୍ଥଳରେ ନିୟମିତ ଭାବେ ପୁଦିନାକୁ ବାଟି ମୁହଁରେ ଲଗାନ୍ତୁ। କାରଣ ପୁଦିନାରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥାଏ। ସେହିପରି ଏଥିରେ ଭିଟାମିନ୍ ଏ ରହିଥାଏ ଯାହାକି ତେଲକୁ ମୁହଁ ଉପରକୁ ଆସିବାକୁ ଦିଏନାହିଁ। ଫଳରେ ବ୍ରଣ ସମସ୍ୟା ହୋଇନଥାଏ।

-ମଶା କାମୁଡ଼ିବା ପରେ ଶରୀରରେ କୁଣ୍ଡାଇ ହୋଇ ଛୋଟ ଛୋଟ ଦାନା ଭଳି ଫଳିଗଲେ ତୁରନ୍ତ ସେଥିରେ ପୁଦିନା ରସ ଲଗାନ୍ତୁ। ତାହା ଠିକ୍ ହୋଇଯିବ।

-ପୁଦିନା ତ୍ୱଚାରେ ଜଳୀୟ ଅଂଶକୁ କମାଇବାକୁ ଦିଏନାହିଁ। ତେଣୁ ତ୍ୱଚା ରୁକ୍ଷ ତଥା ଶୁଷ୍କ ହୋଇଯିବାରୁ ରକ୍ଷା ପାଇଥାଏ। ଏଥିପାଇଁ ଗୋଟିଏ କଦଳୀ ନିଅନ୍ତୁ। ସେଥିରେ କିଛି ପୁଦିନାପତ୍ର ମିଶାଇ ତାକୁ ଭଲ ଭାବେ ଚକଟି ତାର ପେଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ। ତ୍ୱଚା ତୁରନ୍ତ ଉଜ୍ଜ୍ୱଳ ଦିଶିବ।

-ଗରମ ଦିନରେ ପୁଦିନା ସନ୍ଟ୍ୟାନରୁ ରକ୍ଷା କରିଥାଏ। ଏଥିପାଇଁ ପୁଦିନା ପତ୍ର, କିଛି କାକୁଡ଼ି ଓ ମହୁ ମିଶାଇ ଗ୍ରାଇଣ୍ଡରରେ ପେଷ୍ଟ କରି ନିଅନ୍ତୁ। ତାକୁ ୫-୬ ଥର ମୁହଁରେ ଲଗାଇ ଅଧା ଘଣ୍ଟା ପରେ ମୁହଁ ଧୋଇ ନିଅନ୍ତୁ । ନିୟମିତ ଭାବେ ଏପରି କଲେ ସୁଫଳ ପାଇବ।

-ପୁଦିନା କଳାଦାଗ ଦୂର କରିବାରେ ବି ସହାୟକ ହୋଇଥାଏ। କାକୁଡ଼ି ରସ ସହିତ ପୁଦିନା ରସ ମିଶାଇ ଦିନରେ ୨ ଥର ଲଗାଇଲେ ଉପଶମ ପାଇବେ।

Comment