ଓଡ଼ିଶାଲାଇଭ ବ୍ୟୁରୋ

ମୟୂରଭଞ୍ଜରେ ଭିଜିଲାନ୍ସ ଚଢ଼ାଉ। ମୋରଡ଼ାରେ କାର୍ଯ୍ୟରତ ଷ୍ଟାଟିଷ୍ଟିକାଲ ଫିଲ୍ଡ ସୁପରଭାଇଜର ସମୁନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ସୁମନ୍ତଙ୍କ ମୋରଡ଼ା ଅଫିସ, ବେତନଟୀସ୍ଥିତ ବାସଭବନ, ପୈତୃତ ଘର ଓ କାଠପାଳଠାରେ ଥିବା ତାଙ୍କ ଶଶୂର ଘର ଉପରେ ଭିଜିଲାନ୍ସର ବିଭିନ୍ନ ଟିମ୍ ଚଢ଼ାଉ ଜାରି ରଖିଛନ୍ତି।

ଏ ନେଇ ଫିଲ୍ଡ ସୁପରଭାଇଜରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ସନ୍ଧ୍ୟା ସୁଦ୍ଧା କେତେ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ତାଙ୍କ ପାଖରେ ଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ।

Comment