ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକୁ ହେଲାଣି ୬ ଦିନ। ଏବେ ବି ନିଖୋଜ ଅଛି ଏଏନ୍-୩୨ ବିମାନ। ଛଅ ଦିନ ପରେ ବି ମିଳୁନି ପତ୍ତା। ଖରାପ ପାଗ ସତ୍ତ୍ୱେ ବିମାନଟିର ସନ୍ଧାନ ଜାରି ରହିଛି। ବାୟୁ ସେନାର ପ୍ରବକ୍ତା ଓ୍ୱିଙ୍ଗ୍ କମାଣ୍ଡର ରତ୍ନାକର ସିଂହ କହିବା କଥା ଯେ, ଖରାପ ପାଗ ସତ୍ତ୍ୱେ ବାୟୁ ସେନା, ସ୍ଥଳ ସେନା ଏବଂ ସ୍ଥାନୀୟ ପ୍ରଶାସନର ସନ୍ଧାନ ଜାରି ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ବାୟୁସେନା ଏଏନ୍-୩୨ ସନ୍ଧାନରେ ସି-୧୩୦ ଜେ, ସି-୧୩୦ ହରକ୍ୟୁଲେସ୍ ଏବଂ ଏହାସହ ହେଲିକପ୍ଟର ଖୋଜିବାରେ ଲାଗି ପଡ଼ିଛନ୍ତି।’’

ଜୁନ୍ ୩, ସୋମବାର ଆସାମର ଜୋରହାଟ ବିମାନବନ୍ଦରରୁ ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ନିଖୋଜ ହୋଇଯାଇଥିଲା। ଏଥିରେ ୧୩ ଜଣ ଲୋକ ଥିଲେ। ସେଥିମଧ୍ୟରୁ ୮ ଜଣ କ୍ର୍ୟୁ ମେମ୍ବର ଥିବା ବେଳେ ୫ ଜଣ ଯାତ୍ରୀ ଥିଲେ। ସେନାବାହିନୀରେ ପରିବହନ ସେବା ଯୋଗାଉଥିବା ଏହି ବିମାନ ଅରୁଣାଚଳ ପ୍ରଦେଶର ମେଚୁକାକୁ ଯାତ୍ରା କରିବାର ଥିଲା।

ଜୋରହାଟ ଏବଂ ମେଚୁକା ମଧ୍ୟରେ ଯାତ୍ରା କରିବା ଲାଗି ୫୦ ମିନିଟ ସମୟ ଲାଗିଥାଏା କିନ୍ତୁ ଏହି ବିମାନ ସହିତ ଦିନ ୧ଟାରେ ଶେଷଥର ପାଇଁ ଯୋଗାଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here