ଓଡ଼ିଶାଲାଇଭ ବ୍ୟୁରୋ

ଗତ ୮ ଦିନରୁ ଭାରତୀୟ ବାୟୁସେନାର ନିଖୋଜ AN-32 ବିମାନର ଭଗ୍ନାବଶେଷ ମଙ୍ଗଳବାର ମିଳିଥିଲା। ଅରୁଣାଚଳ ପ୍ରଦେଶର ଲିପୋଠାରେ ବିମାନର ଭଗ୍ନାଂଶର ଠାବ କରାଯାଇଥିଲା। ବିମାନର ଭଗ୍ନାବଶେଷ ସିନା ମିଳି ଯାଇଛି ହେଲେ ବିମାନରେ ଥିବା ଲୋକଙ୍କର ଏଯାଏଁ ପତ୍ତା ମିଳିନି।

ଏହି ଲୋକଙ୍କୁ ଖୋଜିବା ପାଇଁ ବାୟୁସେନା ଅଭିଯାନ ଜାରି ରଖିଛି। ଏହି ଲୋକଙ୍କୁ ଖୋଜିବାରେ ବାୟୁସେନା, ଆର୍ମି, ପର୍ବତାରୋହୀ ମଧ୍ୟ ସାମିଲ ଅଛନ୍ତି। ଏମତିକି ସାଧାରଣ ଲୋକଙ୍କୁ ସାହାଯ୍ୟ ମଧ୍ୟ ଲୋଡ଼ିଛନ୍ତି ଟିମ।

ବିମାନଟି ନିଖୋଜ ବେଳେ ବିମାନରେ ସମୁଦାୟ ୧୩ ଜଣ ଥିଲେ। ସେଥିରେ ଜଣେ ଓଡ଼ିଆ ମଧ୍ୟ ଥିଲେ।

ଗତ ଜୁନ୍‌ ୩ ତାରିଖରେ ଭାରତୀୟ ବାୟୁସେନାର AN-32ବିମାନ ନିଖୋଜ ହୋଇଯାଇଥିଲା। ଆସମର ଏୟାରବେସ୍‌ରୁ ଉଡ଼ାଣ ଭରିଥିବା AN-32ବିମାନ ଅପରାହ୍‌ଣ ୧.୩୦ରେ ଚୀନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ନିଖୋଜ ହୋଇଯାଇଥିଲା। ଏହା ପରଠାରୁ ଏହି ବିମାନର ଖୋଜ୍‌ ଖବର ମିଳିନଥିଲା।

Comment