ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ଏକ ବଡ ଖବର ଆସିଛି। ଅରୁଣାଚଳ ପ୍ରଦେଶର ସୀମା ନିକଟରୁ ଚୀନ୍ ସେନା ପକ୍ଷରୁ ୫ ଜଣ ଭାରତୀୟଙ୍କୁ ଅପହରଣ କରିନେଇଛନ୍ତି। ଏହି ଦାବି ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ କରିଛନ୍ତି। ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଏଭଳି ଏକ ଦାବି କରି ଟୁଇଟ କରିବା ପରେ ପୂରା ଦେଶରେ ଏନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ନିନୋଙ୍ଗ ଏରିଙ୍ଗ ଟୁଇଟରରେ ପିଏମ୍‌ଓକୁ ଟ୍ୟାଗ କରି ଚୀନକୁ କଡ଼ା ଜବାବ ଦେବାକୁ ଦାବି କରିଛନ୍ତି। ଅରୁଣାଚଳ ପ୍ରଦେଶରେ ଆଗରୁ ମଧ୍ୟ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି।

ଗତ କିଛି ମାସ ହେବ ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା ଦେଖାଦେଇଛି। ଚୀନ୍ ଭାରତ ସୀମାକୁ ଅନେକ ଥର ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି। ଗତ ଅଗଷ୍ଟ ୨୯ ତାରିଖ ବିଳମ୍ବିତ ରାତିରେ ଚୀନ୍ ପାଙ୍ଗଙ୍ଗର ଦକ୍ଷିଣ କୂଳରେ କିଛି ଭାରତୀୟ ଅଞ୍ଚଳ ଦଖଲ କରିବାକୁ ଚେଷ୍ଟା କରିଥିଲା ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲେ। ଫଳରେ ସୀମାରେ ଦୁଇ ଦେଶର ସେନାଙ୍କ ଭିତରେ ତିକ୍ତତା ବଢ଼ିଛି।BGU

ଉତ୍ତେଜନାକୁ ଦୃଷ୍ଟିରେ ରଖି ଦୁଇ ଦେଶର ସେନା ପକ୍ଷରୁ ସୀମାରେ ସେନା ସଂଖା ବଢ଼ା ଯିବା ଅସ୍ତ୍ର ଶସ୍ତ୍ର ମହଜୁଦ ରଖାଯାଇଛି।  ଏଭଳି ଉତ୍ତେଜନା ଭିତରେ କଂଗେ୍ରସ ବିଧାୟକଙ୍କ ଦାବିକୁ ନେଇ ବିଭିନ୍ନ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି।

 

Comment