ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସୀମା ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଥିବା ୫ ଭାରତୀୟ ଆଜି ନିଜ ଦେଶକୁ ଫେରିଛନ୍ତି। ଶନିବାର ସକାଳେ ଚୀନ ସେନା ଭାରତୀୟ ସେନାକୁ ସେମାନଙ୍କୁ ହସ୍ତାନ୍ତର କରିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଏହି ବ୍ୟକ୍ତିଙ୍କୁ ୧୪ ଦିନ ଯାଏଁ କ୍ୱାରେଣ୍ଟାଇନରେ ରଖାଯିବ। ୧୪ ଦିନ ପରେ ସେମାନଙ୍କୁ ନିଜ ଘରକୁ ଯିବାକୁ ଅନୁମତି ମିଳିବ।

ସେପ୍ଟେମ୍ବର ୧ରେ ଅରୁଣାଚଳ ପ୍ରଦେଶର ୫ ଜଣ ବ୍ୟକ୍ତି ଶିକାର କରିବାକୁ ଯାଇ ଭଲ ବଶତଃ ଚୀନରେ ପ୍ରବେଶ କରିଯାଇଥିଲେ। ସେପ୍ଟେମ୍ବର ୫ରେ କଂଗ୍ରେସ ବିଧାୟକ ନିନାଙ୍ଗ ଏରିଙ୍ଗ୍‌ ଟୁଇଟ କରି ଚୀନ ସେନା ଏମାନଙ୍କୁ ଅପହରଣ କରିନେଇଛି ବୋଲି ଦାବି କରିଥିଲେ।BGU

ଏନେଇ ଖବର ମିଳିବା ପରେ ସେନା ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଇଥିଲା। ଭୁଲରେ ଏମାନେ ଚୀନ ସୀମାରେ ପ୍ରବେଶ କରିଥିବା ଜଣାପଡ଼ିଥିଲା।

୫ ଜଣ ନିଖୋଜ ଭାରତୀୟଙ୍କୁ ଫେରାଇ ଦେବାକୁ ‘ହଟଲାଇନ’ରେ ଯୋଗାଯୋଗ କରାଯାଇଥିଲା। ଏହାପରେ ଚୀନରେ ୫ ଜଣ ଭାରତୀୟ ଥିବା ଚୀନ ସ୍ପଷ୍ଟ କରିଥିଲା।

Comment