ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଚୀନ୍‌ ସୀମା ବିବାଦ ସଂଘର୍ଷରେ ସହିଦ ହୋଇଥିବା ଯବାନଙ୍କ ତାଲିକା ଆସିଛି। ଏହି ତାଲିକା ଜାରି କରିଛି ଭାରତୀୟ ସେନା। ସହିଦ ହୋଇଥିବା ୨୦ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ରହିଛନ୍ତି। ସେମାନେ ହେଲେ ସହିଦ ନନ୍ଦୁରାମ ସୋରେନ ଓ ସହିଦ ଚନ୍ଦ୍ରକାନ୍ତ ପ୍ରଧାନ।

ସହିଦ ହୋଇଥିବା ୨୦ ଜଣ ହେଲେ ହାଇଦ୍ରାବାଦର କର୍ଣ୍ଣେଲ ସନ୍ତୋଷ ବାବୁ, ମୟୂରଭଞ୍ଜର ନନ୍ଦୁରାମ ସୋରେନ, ପଟିଆଲାର ମନଦୀପ ସିଂହ, ଗୁରୁଦାସପୁରର ସତନାମ ସିଂହ, ମଦୁରାଇର କେ ପଲାନି, ପଟନାର ସୁନୀଲ କୁମାର, ମିରଟ ସିଟିର ବିପୁଲ ରଏ, ରିଓ୍ଵାର ଦିପକ କୁମାର, ବିରଘୁମର ରାଜେଶ ଓରଙ୍ଗ, ସାହିବଗଞ୍ଜର କୁନ୍ଦନ କୁମାର ଓଝା।

ସେହିପରି କନକେରର ଗଣେଶ ରାମ, କନ୍ଧମାଳର ଚନ୍ଦ୍ରକାନ୍ତ ପ୍ରଧାନ, ହମିରପୁରରୁ ଅଙ୍କୁଶ, ସଙ୍ଗରୁରରୁ ଗୁରବିନ୍ଦର, ମାନସାରୁ ଗୁରତେଜ ସିଂହ, ଭୋଜପୁରରୁ ଚନ୍ଦନ କୁମାର, ସାହାରସାରୁ କୁନ୍ଦନ କୁମାର, ସମସ୍ତିପୁରରୁ ଅମନ କୁମାର, ବୈଶାଲିରୁ ଜୟ କିଶୋର ସିଂହ, ଇଷ୍ଟ ସିଂହଭୂମିରୁ ଗଣେଶ ହାଁସଦା ସହିଦ ହୋଇଛନ୍ତି।

ମଙ୍ଗଳବାର ଗଲଓ୍ଵାନା ଘାଟି ନିକଟରେ ଚୀନ୍‌ ସେନା ଭାରତକୁ ପଶିବାକୁ ଚେଷ୍ଟା କରିଥିଲେ। ଏହାକୁ ଭାରତୀୟ ସେନା ବିରୋଧ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ଏଥିରେ ଭାରତ ପକ୍ଷରୁ ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ର ୪୩ ଜଣ ସେନା ପ୍ରାଣ ହରାଇଛନ୍ତି।

ଏଲ୍‌ଏସିରେ ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ଲଦାଖ ଓ ଏଲଏସିର ଅନ୍ୟାନ୍ୟ ଅଂଶରେ ମଧ୍ୟ ସେନା ଆଲର୍ଟରେ ଅଛନ୍ତି।

Comment