ଓଡ଼ିଶାଲାଇଭ ବ୍ୟୁରୋ
ଜମ୍ମୁ କଶ୍ମୀରର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ପଠାନକୋଟ କୋର୍ଟ ଦୋଷୀଙ୍କୁ ସଜା ଶୁଣାଇଛନ୍ତି। ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ ପ୍ରତ୍ୟେକଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କହିଛନ୍ତି। ସେହିପରି ପ୍ରମାଣ ନଷ୍ଟ ଅଭିଯୋଗରେ ବାକି ୩ଜଣ ଅଭିଯୁକ୍ତଙ୍କୁ ୫ବର୍ଷ ଜେଲଦଣ୍ଡ ସହିତ ୫୦ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଯେଉଁ ୩ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି ସେମାନେ ହେଉଛନ୍ତି ସାଞ୍ଝିରାମ, ପ୍ରବେଶ କୁମାର, ଦୀପକ ଖଜୁରିଆ। ଏହାଛଡ଼ା ବାକି ଅଭିଯୁକ୍ତଙ୍କୁ ୫ବର୍ଷର ସଜ୍ଜା ହୋଇଛି ସେମାନେ ହେଉଛନ୍ତି ଆନନ୍ଦ ଦତ୍ତ, ତିଲକରାଜ, ସୁରେନ୍ଦ୍ର ବର୍ମା।
କୋର୍ଟଙ୍କ ଅନୁସାରେ ୩ ଅଭିଯୁକ୍ତଙ୍କୁ ୨୫ବର୍ଷ ଲେଖାଏଁ ସଜା ଶୁଣାଯାଇଛି, ବାକି ଅଭିଯୁକ୍ତଙ୍କୁ ପ୍ରମାଣ ନଷ୍ଟ ଅଭିଯୋଗରେ ପୋଲିସ ଅଧିକାରୀ ଆନନ୍ଦ ଦତ୍ତା, ହେଡ କନେଷ୍ଟବଳ ତିଲକ ରାଜ, ପୋଲିସ ଅଧିକାରୀ ସୁରେନ୍ଦ୍ର ବର୍ମାଙ୍କୁ ୫ବର୍ଷ ଲେଖାଏଁ ସଜା ଶୁଣାଯାଇଛି। ଏହାସହିତ ପ୍ରମାଣ ଅଭାବରୁ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି।


















