ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀ, ବ୍ୟସ୍ତତା ଅନେକ ସମୟରେ ଲୋକମାନଙ୍କର ମାନସିକ ଚାପକୁ ବୃଦ୍ଧି କରୁଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହାଦ୍ୱାରା ମାନସିକ ଅବସାଦ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଏପରିସ୍ଥଳେ ନିଜ ଖାଦ୍ୟ ପେୟ ପ୍ରତି ଧ୍ୟାନ ଦେବା ଜରୁରି ହୋଇଥାଏ। ମାନସିକ ଚାପ କମିବା ପାଇଁ ପ୍ରତିଦିନ ଖାଦ୍ୟରେ ଦହି ସାମିଲ କରନ୍ତୁ।

ନିୟମିତ ଭାବେ ଦହି ଖାଇବା ଦ୍ୱାରା ମାନସିକ ଚାପ କମ୍ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଗବେଷକମାନଙ୍କ ଅନୁସାରେ ଦହିରେ ଥିବା ପ୍ରୋବାଇଓଟିକ୍ସ ଅନ୍ତରେ ଥିବା ହାନିକାରକ ବ୍ୟାକ୍ଟେରିଆକୁ ନିୟନ୍ତ୍ରିତ କରିଥାଏ। କେବଳ ସେତିକି ନୁହେଁ, ଏହା ହାନିକାରକ ବ୍ୟାକ୍ଟେରିଆ ସହ ଲଢ଼େଇ ମଧ୍ୟ କରିଥାଏ।

ଏହାଛଡ଼ା ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ସୁଧାରିବାରେ ସହାୟକ ହୁଏ। ଯାହାକି ପରୋକ୍ଷରେ ମାନସିକ ଚିନ୍ତାକୁ କମାଇଥାଏ।

Comment