ଓଡ଼ିଶାଲଇଭ ବ୍ୟୁରୋ

ବିହାରର ଦିଗଜ୍ଜ ନେତା ତଥା ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଆଜି ହେଉଛି ଜନ୍ମଦିନ। ତାଙ୍କ ପରିବାର ଲୋକଙ୍କ ସମେତ ଅନେକ କର୍ମୀ ଓ କିଛି ବିଶିଷ୍ଟ ଲୋକ ଲାଲୁଙ୍କୁ ଜନ୍ମଦିନର ଶୁଭେଛା ଜଣାଇଛନ୍ତି।

ତେବେ ଲାଲୁପ୍ରସାଦଙ୍କ ପତ୍ନୀ ତଥା ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ପତି ଲାଲୁଙ୍କୁ ଏକ ଭିନ୍ନ ଢଙ୍ଗରେ ଜନ୍ମଦିନର ଶୁଭେଛା ଜଣାଇଛନ୍ତି। ପତ୍ନୀ ରାବିଡି ଦେବୀ ଟୁଇଟରରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଓ ଲାଲୁ ଗୋଟିଏ ଗୋଲାପ ଫୁଲ ଧରିଛନ୍ତି।

ଏହାସହିତ ସେ ଟୁଇଟରେ ଲେଖିଛନ୍ତି, “ପ୍ରାଣପ୍ରିୟ ଆଦରଣୀୟ ଶ୍ରୀ ଲାଲୁ ଯାଦବଙ୍କ ୭୨ତମ ଜନ୍ମଦିନ ଅବସରରେ ଅନେକ ଶୁଭେଛା। ଆପଣଙ୍କୁ ମୋର ଆୟୁ ଲାଗୁ।”

ସେପଟେ ଲାଲୁ ଯାଦବଙ୍କ ସାନ ପୁଅ ଓ ବିହାରର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ବି ନିଜ ବାପାଙ୍କୁ ଜନ୍ମଦିନର ଶୁଭେଛା ଜଣାଇଛନ୍ତି। ଏହାଛଡ଼ା ଦଳର କିଛି ନେତା, କର୍ମୀ ଓ ଶୁଭେଛୁ ତାଙ୍କୁ ଜନ୍ମଦିନର ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି।

Comment